କୁଜଙ୍ଗ / ଜଗନାଥପୁର (ନାଥସାହି), 29/09/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ। ) :
ତା. ୨୯/୦୯/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜଗନାଥପୁର ଗାଁ ନାଥସାହିସ୍ଥିତ ମା’ ରାମଚଣ୍ଡୀ ଯୁବକ ସଂଘ ପକ୍ଷରୁ ଗଜାନନଙ୍କ ୩୫ତମ ଭସାଣି ଶୋଭାଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି।
ଦୀର୍ଘ ୫ ଦିନ ଧରି ପୂଜାର୍ଚ୍ଚନା ପରେ ମଙ୍ଗଳବାର ଗଜାନନଙ୍କ ବିସର୍ଜନ ଅବସରରେ ଏହି ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବାଜା, ଶଙ୍ଖ, ସିଂଘ ବାଦ୍ୟ ଓ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରା ନାଥସାହିରୁ ବାହାରି କୁଜଙ୍ଗ ବଜାର ପରିକ୍ରମା କରିଥିଲା।
ଶୋଭାଯାତ୍ରାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। କ୍ଲବ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗ ଏବଂ ସମନ୍ୱୟ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
ସୂଚନାଯୋଗ୍ୟ, ମା’ ରାମଚଣ୍ଡୀ ଯୁବକ ସଂଘ ପକ୍ଷରୁ ଦୀର୍ଘ ୩୫ ବର୍ଷ ଧରି ଗଜାନନ ପୂଜା ଆୟୋଜିତ ହୋଇଆସୁଛି। ଚଳିତ ବର୍ଷର ପୂଜା ଓ ଭସାଣି ଶୋଭାଯାତ୍ରାରେ କ୍ଲବ ସଦସ୍ୟ ବିକ୍ରମ ନାରାୟଣ ଦାସ , ଦୀପକ କୁମାର ନାଥ, ରିଙ୍କି ରଞ୍ଜନ ଗୁରୁ, ବୃନ୍ଦାବନ ବାରିକ, ସୋମନାଥ ନାଥ, ତପନ ନାଥ, ବିନୁ ନାଥଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।
ଗ୍ରାମବାସୀ ଓ କ୍ଲବ ସଦସ୍ୟଙ୍କ ସହଯୋଗରେ ଚଳିତ ବର୍ଷର ଗଜାନନ ପୂଜା ଓ ଭସାଣି ଶୋଭାଯାତ୍ରା ଉତ୍ସାହ ଓ ଆନନ୍ଦର ସହ ସମ୍ପନ୍ନ ହୋଇଛି।