ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସରେ ସଫେଇ କାର୍ଯ୍ୟକ୍ରମ, ସ୍ୱଚ୍ଛତା ବଜାୟ ରଖିବାକୁ ଶପଥ

ପାରାଦୀପଗଡ଼, 30/09/2026, ଉତ୍କଳ voice news - utkalvoicenews.com( ରିପୋର୍ଟ : ରଶ୍ମିରଞ୍ଜନ ଦାସ ପାରାଦୀପ-କୁଜଙ୍ଗ ) :
Article Image
ତା - ୩୦/୦୯/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତର ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ପାରାଦୀପ ତୈଳ ବିଶୋଧନାଗାର, ଆଇଓସିଏଲ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହିତ ମାର୍କେଟ ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Article Image
କାର୍ଯ୍ୟକ୍ରମରେ କୁଜଙ୍ଗ ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ। ସ୍ୱଚ୍ଛତା କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
Article Image
ଏହି ଅବସରରେ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିଚାଳନା କମିଟିର କର୍ମକର୍ତ୍ତାମାନେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ସମ୍ପର୍କିତ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମାର୍କେଟ ପରିସରରେ ନିୟମିତ ସ୍ୱଚ୍ଛତା ବଜାୟ ରଖିବା ସହିତ ପରିବେଶକୁ ପରିଷ୍କାର ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ। ପରେ ଆୟୋଜିତ ସଫେଇ ଅଭିଯାନରେ ଅତିଥି, ଆଇଓସିଏଲ୍‌ର ଅଧିକାରୀ ଓ ମାର୍କେଟ କମ୍ପ୍ଲେକ୍ସ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସାମିଲ ହୋଇ ମାର୍କେଟ ପରିସରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ଏଥିସହିତ ଆବର୍ଜନାକୁ ଏଣେତେଣେ ନ ପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।
Article Image
କାର୍ଯ୍ୟକ୍ରମରେ ଆଇଓସିଏଲ୍ ଏଚ୍‌.ଆର୍‌ (ସିଏସ୍‌ଆର୍‌) ସୋନାଲି ନାୟକ, ମ୍ୟାନେଜର (ସିଏସ୍‌ଆର୍‌) ଜି.କେ. ପୃଷ୍ଟି, ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିଚାଳନା କମିଟିର ସମ୍ପାଦକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଅଲେଖ ମହାରଥା, ବିଭୂତି ଭୂଷଣ ରଥ, ପ୍ରଶାନ୍ତ ସେଠୀ ଓ ଅନ୍ୟମାନେ ଉପସ୍ଥିତ ରହି ସଫେଇ ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇଥିଲେ।
Article Image
ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ମାର୍କେଟ ପରିସରକୁ ପରିଷ୍କାର ରଖିବା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ଓ ସଚେତନତା ବୃଦ୍ଧି କରିବାର ବାର୍ତ୍ତା ଦିଆଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିଲେ ଅଞ୍ଚଳରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ଲୋକଙ୍କ ଅଧିକ ଆଗ୍ରହ ସୃଷ୍ଟି ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
4