ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର, 30/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ସଭାପତି କୁମାର ପ୍ରିତମ ପରିଜା ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଭୋଟ ଚୋରି କରି ଶାସନ ଗାଦିରେ ବସିବା ତଥା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ଶୋଷଣ କରି ନିଯୁକ୍ତି ନ ଦେଇ ବେକାରୀ ସଜାଇବାରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ହିନ ଚକ୍ରାନ୍ତ କୁ ଲୋକଲୋଚନକୁ ଆଣିବା ପାଇଁ ଏହି ସମ୍ମିଳନୀ ର ଆୟୋଜନ କରାଯାଇ ଥିଲା। କୋଟି କୋଟି ଜନତାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରି ଭୋଟ ଚୋରିରେ ମୁଖ୍ୟ ଖଳନାୟକ ସାଜିଥିବା ଜ୍ଞାନେସ କୁମାର ଙ୍କୁ ତୁରନ୍ତ ଗିରଫ କରି ତିହାର ଜେଲ୍ ନ ପଠାଗଲେ ଯୁବ କଂଗ୍ରେସ ସମଗ୍ର ଭାରତ ବର୍ଷରେ ରଣହୁଙ୍କାର ଦେବ ବୋଲି ଚେତାବନୀ ଦିଆଯାଇ ଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ଯୁବ ନେତା ପ୍ରତ୍ୟୁଷ ନାୟକ,ନିହାର ରଞ୍ଜନ ଦାସ, ବିଶ୍ୱଜିତ୍ ସେଠୀ, ସୁଶୀଲ କୁମାର ଦାଶ,ପ୍ରଭାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
6