କୁଜଙ୍ଗ, 16/03/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବାଲିଆ (କାଞ୍ଜିଆକଣ) ଗ୍ରାମର କର୍କଟ ପୀଡିତା ସୁଲୋଚନା ସ୍ୱାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ସୁଲୋଚନା କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଛନ୍ତି | ସେ ଜଣେ ବିଧବା ମହିଳା ଏବଂ ତାଙ୍କର ଗୋଟେ ବୋଲି ପୁଅ ଥିଲା ଯିଏ ଏବେ ଆରପାରିରେ। ବିଧବା ଶାଶୁ ବୋହୂ ଏକ ଛୋଟ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି | ବର୍ତ୍ତମାନ ଅର୍ଥାଭାବରୁ ଏହି ଦୁଃଖୀ ପରିବାର ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି | ଏବେ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି, ସଂଯୋଜକ କୁନେଶ ବାରିକ, ମାନସ ମଲ୍ଲିକ, ବରିଷ୍ଠ ସଦସ୍ୟ ପ୍ରବୀର ସ୍ବାଇଁ, ଜ୍ୟୋତିରଂଜନ ସ୍ବାଇଁ ଏବଂ ଚିନ୍ମୟ ମିଶ୍ର ପ୍ରମୁଖ ସୁଲୋଚନାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର(୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସୁଲୋଚନାଙ୍କ ପରିବାର, ଗ୍ରାମର ମୁଖିଆ ଅଜୟ ମହାପାତ୍ର, ନରେଶ ସ୍ବାଇଁ, ସୁରେଶ ସ୍ବାଇଁ ଏବଂ କଳ୍ପତରୁ ସ୍ୱାଇଁ ପ୍ରମୁଖ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |