ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜବାହାର୍ ଚୌକ୍ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମାଟି ଅନୁକୂଳ

ଢେଙ୍କାନାଳ, 30/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ଢେଙ୍କାନାଳ ଜବାହାର୍ ଚୌକ୍ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ପବିତ୍ର ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସ୍ଥାନୀୟ କମଗରା ଘାଟଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ କରାଯାଇଥିଲା। ପରେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ମାଟିକୁ ସହର ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା। ପୂଜକ ଲିଙ୍ଗରାଜ ପତିଶର୍ମାଙ୍କ ପୂଜାର୍ଚ୍ଚନାରେ କର୍ତ୍ତା ବେଣୁଧର ମହାରଣାଙ୍କ ସମେତ କାର୍ଯ୍ୟକାରୀ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ, ସଭାପତି ଅଶୋକ କୁମାର ସ୍ୱାଇଁ, ସମ୍ପାଦକ ନବୀନ ଦଳେଇ, କୋଷାଧ୍ୟକ୍ଷ ନାରାୟଣ ପୋଦାର ଙ୍କ ସମେତ ସଦାଶିବ ମହାପାତ୍ର, ଜୟନ୍ତ ଦାସ, ବିକାଶ କୁମାର ସ୍ୱାଇଁ, ଦୀପକ କୁମାର ଦାସ, ବିକାଶ ପୋଦାର ଓ କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମାଟି ଅନୁକୂଳ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
1