ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଧ୍ୟାପକ ଅଜୟ କୁମାର ଭୋଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏରସମା, 30/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ପଞ୍ଚାୟତ ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପକ ଅଜୟ କୁମାର ଭୋଳଙ୍କ ଅବସରରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲତିକା ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟ ଅତିଥି ମାନେ ଯୋଗଦେଇ ଶ୍ରୀ ଭୋଳଙ୍କ ଦୀର୍ଘ ଶିକ୍ଷାଦାନ ଜୀବନ, ନିଷ୍ଠ, କର୍ତ୍ତବ୍ୟ ପରାୟଣାତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ଉପସ୍ଥିତ ବକ୍ତା ମାନେ ଶ୍ରୀ ଭୋଳଙ୍କ ସରଳ, ମିଷ୍ଟଭାଷୀ ଓ ଛାତ୍ରାବତ୍ସଳ ବ୍ୟକ୍ତିର ପ୍ରଶଂସା କରିବା ସହ ତାଙ୍କର ଅବସର ଜୀବନ ସୁଖମୟ, ନିରାମୟ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି କାମନା କରିଥିଲେ । ଏହି ଅବସରରେ ଶ୍ରୀ ଭୋଳଙ୍କ ବିଦ୍ୟାଳୟ ପକ୍ଷରୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଭଲ ନିଜର ଦୀର୍ଘ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହ ସହକର୍ମୀ ଓ ବିଦ୍ୟାଳୟ ପରିବାର ପ୍ରତି କୃତଜ୍ଞତା ଜଣାଇଥିଲେ ।
Article Image
3