ତିର୍ତ୍ତୋଲ, 01/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ଜଗନ୍ନାଥ ପ୍ରସାଦ ସାହୁ ) :
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ନିକଟସ୍ଥ ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁରବସ୍ଥାକୁ ନେଇ ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଯାତାୟାତରେ ସ୍ଥାନୀୟ ଲୋକ, ଶ୍ରଦ୍ଧାଳୁ ଓ ଯାନବାହନ ଚାଳକମାନେ ସମସ୍ୟାରେ ପଡ଼ୁଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
ରାସ୍ତାର ତୁରନ୍ତ ମରାମତି ଦାବିରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ସଭାପତି ସଫି ଆଜମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗ୍ରାମ୍ୟ ଉନ୍ନୟନ (R&B) ବିଭାଗକୁ ଦାବିପତ୍ର ପ୍ରଦାନ କରିଛି। ଏଥିରେ ବ୍ଲକ କଂଗ୍ରେସ ଜୋନ୍-୩ ସଭାପତି ଶୁଭାଶିଷ ସ୍ୱାଇଁଙ୍କ ସମେତ ଦଳୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଆଗାମୀ ୭ ଦିନ ମଧ୍ୟରେ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ନହେଲେ R&B କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବ୍ଲକ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ରାସ୍ତାର ଶୀଘ୍ର ମରାମତି କରି ଯାତାୟାତ ସମସ୍ୟାର ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।