ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏକମାତ୍ର ପୁଅକୁ ହରାଇ ପରିବାର ମର୍ମାହତ, ବରହାଡିଆ ଗ୍ରାମରେ ଶୋକର ଛାୟା

କୁଜଙ୍ଗ , 01/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - ୩୦/୦୯ : ଡ୍ୟୁଟିକୁ ଯାଉଥିବା ବେଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ୨୦ ବର୍ଷୀୟ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବରହାଡିଆ ଗ୍ରାମର ଅମର ପରିଡ଼ାଙ୍କ ପୁଅ ବାପି ପରିଡ଼ା ।
Article Image
ସୂଚନା ଅନୁଯାୟୀ, ବାପି ଲାର୍ସନ ଆଣ୍ଡ ଟୁବ୍ରୋ ଲିମିଟେଡ୍‌ର ସବ୍-କଣ୍ଟ୍ରାକ୍ଟର ଶ୍ରୀ ସାଇ ଏଣ୍ଟରପ୍ରାଇଜେସ୍‌ରେ ହେଲ୍‌ପର ଭାବେ କାର୍ଯ୍ୟରତ ଥିଲେ।
Article Image
ପରିବାରର ଆର୍ଥିକ ଦାୟିତ୍ୱରେ ସହଯୋଗ କରିବା ପାଇଁ ସେ ନିୟମିତ ଭାବେ କାର୍ଯ୍ୟସ୍ଥଳକୁ ଯାଉଥିଲେ।
Article Image
ଗତ ବୁଧବାର ମଧ୍ୟ ପ୍ରତିଦିନ ଭଳି ସେ ଡ୍ୟୁଟିକୁ ଯିବା ପାଇଁ ଘରୁ ବାହାରିଥିଲେ। ତେବେ ଘରୁ ବାହାରିବାର କିଛି ସମୟ ପରେ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାପିଙ୍କ ଅକାଳ ମୃତ୍ୟୁ ଖବର ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଗଭୀର ଶୋକ ସୃଷ୍ଟି କରିଛି। ଏକମାତ୍ର ପୁଅକୁ ହରାଇ ପରିବାର ମର୍ମାହତ ହୋଇପଡ଼ିଥିବା ବେଳେ ବରହାଡିଆ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର ସଠିକ୍ କାରଣ ଏବଂ ଘଟଣା ସମ୍ପର୍କିତ ଅନ୍ୟାନ୍ୟ ବିବରଣୀ ନେଇ ସ୍ଥାନୀୟ ସୂତ୍ରରୁ ଅଧିକ ତଥ୍ୟ ମିଳିବା ଅପେକ୍ଷାରତ।
4