ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣେଶ ଭସାଣିରେ ଉତ୍ସବମୁଖର ଜଗନାଥପୁର

କୁଜଙ୍ଗ / ଜଗନାଥପୁର, 01/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
୩୦/୦୯/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜଗନାଥପୁର ଗ୍ରାମର ଶ୍ରୀ ଗୋପୀନାଥଜୀଉ ଗଣେଶ ପୂଜା କମିଟି ପକ୍ଷରୁ ଦୀର୍ଘ ୩୦ ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଅନୁଯାୟୀ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ ଆୟୋଜିତ ହୋଇଯାଇଛି।
Article Image
ଏହି ଅବସରରେ କମିଟିର ସଦସ୍ୟ ଓ ଭକ୍ତମାନଙ୍କ ଉପସ୍ଥିତିରେ ସୁସଜ୍ଜିତ ଶ୍ରୀଗଣେଶଙ୍କ ପ୍ରତିମାକୁ ନେଇ ଭସାଣି ଶୋଭାଯାତ୍ରା ବାହାରିଥିଲା। ବାଦ୍ୟଯନ୍ତ୍ର, ସଙ୍ଗୀତ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶୋଭାଯାତ୍ରା ଆଗକୁ ବଢ଼ିଥିଲା। ଶୋଭାଯାତ୍ରା କୁଜଙ୍ଗ ବଜାର ଅଞ୍ଚଳ ପରିକ୍ରମା କରିବା ସମୟରେ ଭକ୍ତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।
Article Image
ବିଭିନ୍ନ ସ୍ଥାନରେ ଭକ୍ତମାନେ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ବିଦାୟ ଦେଇଥିଲେ। ସୁସଜ୍ଜିତ ଗଣେଶ ପ୍ରତିମା ଓ ଭସାଣି ଶୋଭାଯାତ୍ରାର ଦୃଶ୍ୟ ଆକର୍ଷଣୀୟ ହୋଇଥିଲା।
Article Image
ଶୋଭାଯାତ୍ରା ପରେ ଧାର୍ମିକ ରୀତିନୀତି ଅନୁଯାୟୀ ଶ୍ରୀଗଣେଶଙ୍କ ବିସର୍ଜନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ ଶାନ୍ତି ଓ ଶୃଙ୍ଖଳାର ସହ ସମାପ୍ତ ହୋଇଥିବା ଜଣାପଡ଼ିଛି।
Article Image
କମିଟି ସଭାପତି ଶ୍ରୀ ରିଙ୍କୁ ନନାଙ୍କ ନେତୃତ୍ୱରେ ପିଣ୍ଟୁ, ସୋନିଆ, ଗିଡିମା, ବିଟୁ ଓ କାଳିଆଙ୍କ ସମେତ କମିଟିର ସଦସ୍ୟମାନେ ଭସାଣି ଉତ୍ସବର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଦୀର୍ଘ ୩ ଦଶନ୍ଧି ଧରି ଚାଲିଆସୁଥିବା ଏହି ପରମ୍ପରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
4