ଢେଙ୍କାନାଳ, 01/10/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
କଙ୍କଡପାଳ ଗଜପତି କ୍ଲବ ପକ୍ଷରୁ ପ୍ରଭୁ ଶ୍ରୀ ଗଜପତିଙ୍କ ଭସାଣି ଶୋଭାଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଟକ ବିଡାନାସୀରୁ ଆସିଥିବା ସାଇ ଲକ୍ଷ୍ମୀ ବ୍ୟାଣ୍ଡ ପାର୍ଟି ଏବଂ ପଣ୍ଡା ଡିଜେର ସଙ୍ଗୀତରେ ଶୋଭାଯାତ୍ରା ଆକର୍ଷଣୀୟ ହୋଇଥିଲା।
ଭସାଣି ଶୋଭାଯାତ୍ରାରେ ବିଶେଷ ଆକର୍ଷଣ ଭାବେ ହାତୀକୁ ସାମିଲ କରାଯାଇଥିଲା। ସମାଜସେବୀ ଶ୍ରୀ ରାମଚନ୍ଦ୍ର ପାତ୍ର ଭସାଣି ଶୋଭାଯାତ୍ରାରେ ଯୋଗଦେଇ କ୍ଲବର ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।
ପରେ ମା' କାଜଲେଇ ମନ୍ଦିର ନିକଟରୁ ସୁସଜ୍ଜିତ ମେଢ଼ ବାହାରି ନଗର ପରିକ୍ରମା କରିବା ପରେ ରଞ୍ଜା କେନାଲରେ ପ୍ରଭୁ ଶ୍ରୀ ଗଜପତିଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା।
ଭସାଣି ଶୋଭାଯାତ୍ରାର ଶେଷ ପର୍ଯ୍ୟାୟରେ ‘ଜୟ ଜୟ ଗଣପତି ବାବା ମୋରିୟା, ପୁଣି ଆର ବର୍ଷକୁ ଫେରିଆ’ ଧ୍ୱନି ଓ ସଙ୍ଗୀତରେ କ୍ଲବର ସଭାପତିଙ୍କ ସମେତ ସଦସ୍ୟମାନେ ଉତ୍ସାହର ସହ ନୃତ୍ୟ କରିଥିଲେ। ଏହା ସହିତ ଭସାଣି ଶୋଭାଯାତ୍ରାର ସମାପ୍ତି ଘଟିଥିଲା।