ଏରସମା, 17/03/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁର ପଞ୍ଚାୟତର ଚକୁଳିଆ ଗ୍ରାମରେ ବଜରଙ୍ଗ ବାଲିଙ୍କ ୫ମ ବାର୍ଷିକ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଘଣ୍ଟ ଘଣ୍ଟା, ଝାଞ୍ଜ, ମୃଦଙ୍ଗ, କୀର୍ତ୍ତନ,ଶଙ୍ଖ,ହୁଳହୁଳୀ,ହରିବୋଲ

ସାଙ୍ଗକୁ ଗୋପାଳ ପୁଅଙ୍କ ନଉଡି ଖେଳରେ ପ୍ରକମ୍ପିତ ହୋଇ ଉଠୁଛି ଗାଁ ଦାଣ୍ଡ ଓ ବଜରଙ୍ଗ ବାଲିଙ୍କ ଭକ୍ତି ପୀଠ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଚକୁଳିଆ ଗ୍ରାମର ଲୋକ ମାନେ ମହା ଆଡମ୍ବର ସହକାରେ ୫ମ ବାର୍ଷିକ ବଜରଙ୍ଗ ବାଲିଙ୍କ ଜନ୍ମ ଉତ୍ସବ ପାଳନ କରିଛନ୍ତି। ବଜରଙ୍ଗ ବାଲିଙ୍କ ଜନ୍ମ ଉତ୍ସବ ନିମନ୍ତେ ଗ୍ରାମର ପୁରୁଷ ଓ ମହିଳା ମାନେ ୧୦୮କଳସୀ ନେଇ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ହାଡୁଆ ନଦୀରୁ ଜଳ ବିଶେଖ କରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ପ୍ରତିବର୍ଷ ଏହି ଜନ୍ମ ଉତ୍ସବ ଚୈତ୍ର ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ କରାଯାଉଥିବା ବେଳେ କର୍ତ୍ତା ଭାବେ ନିରଞ୍ଜନ ସ୍ଵାଇଁ ଓ କର୍ତ୍ତି ଭାବେ ରିନଖି ମହାପାତ୍ର ପୂଜାର୍ଚ୍ଚନା କରିଥଲେ। ଏହି କାର୍ଯ୍ୟକ୍ରମକୁ ବିଚିତ୍ରା ନନ୍ଦ ବିଶ୍ବାଳ,ରାଜ କିଶୋର ଭୋଳ,ରାଜନ ଜେନା,ମାଳି ଚରଣ ଭୋଳ,ଭାଗ୍ୟଜିତ୍ ଜେନା,ଧୀର ରାଉତ,ବିଶ୍ଵନାଥ ଭୋଳ,ନିଶାକର ଭୋଳ,କାଶୀନାଥ ଭୋଳ,ଶିବ ପ୍ରସାଦ ଭୋଳ,ଚୈତନ୍ୟ ମହାନ୍ତି,ସୁଶିଲ ଭୋଳ,ନିର୍ଭୟ ମହାନ୍ତି,ଶଶୀ ଭୂଷଣ ଭୋଳ ଓ ସୁକାନ୍ତ ଭୋଳ ପ୍ରମୁଖ ସମେତ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।