ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ସେବା ସଂଘ ସମ୍ପାଦକ ପ୍ରଫୁଲ୍ଲ ପରିଡ଼ାଙ୍କ ଦେହାନ୍ତ

ଢେଙ୍କାନାଳ, 01/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୧/୧୦: ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜୟ ଜଗନ୍ନାଥ ବରିଷ୍ଠ ସେବା ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ପରିଡ଼ାଙ୍କ ଗୁରୁବାର ଦିନ କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଦିବା ୧୦ଟା ୩୦ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରଫୁଲ୍ଲ କୁମାର ପରିଡ଼ା ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ସଂଘର ସମ୍ପାଦକ ଭାବେ ସେ ବିଭିନ୍ନ ଉନ୍ନତିମୂଳକ ଓ ସେବାମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସଂଘର ସଭାପତି ଗୋପୀନାଥ ଜେନାଙ୍କ ସମେତ ସଂଘର ବହୁ ସଦସ୍ୟ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
4