ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାରୁଆଡି ମହିଳା ମୋର୍ଚ୍ଚା ପକ୍ଷରୁ ଭାଗବତ ପାରାୟଣ ସପ୍ତାହ

ଢେଙ୍କାନାଳ, 01/10/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତା - ୧/୧୦ : ଢେଙ୍କାନାଳ ସହର କାରିଗରସାହିସ୍ଥିତ ଅଭିନନ୍ଦନ ଗାର୍ଡେନ୍ ପରିସରରେ ମାରୁଆଡି ମହିଳା ମୋର୍ଚ୍ଚା ପକ୍ଷରୁ ଭାଗବତ ପାରାୟଣ ସପ୍ତାହ ଆରମ୍ଭ ହୋଇଛି। ଗତ ୩୦ ତାରିଖ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଧାର୍ମିକ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ଓ ପ୍ରସାଦସେବନ ସହ ଉଦ୍‌ଯାପିତ ହେବ। ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାଗବତ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହେଉଛି। ବକ୍ତା ଭାବେ ସରସ ଦାସ ମହାରାଜ ଯୋଗଦେଇ ଭାଗବତର ବିଭିନ୍ନ ବିଷୟ ଉପରେ ଧାର୍ମିକ ପ୍ରବଚନ ପ୍ରଦାନ କରୁଛନ୍ତି। ଏହି ଅବସରରେ ଢେଙ୍କାନାଳ ସହରର ବହୁ ମହିଳା ଓ ପୁରୁଷ ଯୋଗଦେଇ ପ୍ରବଚନ ଶ୍ରବଣ କରୁଛନ୍ତି। ମାରୁଆଡି ମହିଳା ମୋର୍ଚ୍ଚାର ସଦସ୍ୟାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହେଉଛି।
6