ବୁଗୁଡ଼ା, 01/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ – ସୋରେନ କୁମାର ପ୍ରଧାନ ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଛକ ନିକଟରେ ଆଜି ସନ୍ଧ୍ୟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ଆହତ ହୋଇଛନ୍ତି।
ଆହତମାନେ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡ଼ି ଗ୍ରାମର ଜିତେନ୍ଦ୍ର ସାଥୁଆ ଓ ଗୋପାଳ ସେଠୀ ଏବଂ ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର ଚନ୍ଦନ ଦାସ ଓ ପାୟଲ ନାୟକ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ବୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ୧୦୮ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ପୁଲିସ ଏକ ଅଟୋ ଯୋଗେ ଆହତମାନଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।
ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ଦୁଇଟି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି।