ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଫୁଲ୍ଲ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଜଗତସିଂହପୁର, 01/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ତା - ୧/୧୦ : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶାଗଡ଼ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ୱର୍ଗତ ଅନ୍ନପୂର୍ଣ୍ଣା ଦାଶଙ୍କ ସ୍ମୃତିରେ ଆୟୋଜିତ ପ୍ରଫୁଲ୍ଲ ସାହିତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାବିତ୍‌ ରବୀନ୍ଦ୍ରନାଥ ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ଡ. ଶରତ ମହାରଣା ମୁଖ୍ୟ ଅତିଥି, ଅଧ୍ୟାପକ ବିପିନ ବିହାରୀ ପାତ୍ର ସମ୍ମାନିତ ଅତିଥି ଏବଂ ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପାଠାଗାରର ପ୍ରତିଷ୍ଠାତା ତଥା ପୂର୍ବତନ ଆୟକର କମିଶନର ପ୍ରସନ୍ନ କୁମାର ଦାଶ, ଉପଦେଷ୍ଟା ଶିକ୍ଷାବିତ୍‌ ବିଜୟ କୁମାର ପତି, ବଂଶୀଧର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ନପୂର୍ଣ୍ଣା ଦାଶଙ୍କ ଉପରେ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ବିପ୍ଳବୀ କବି ରବି ସିଂହଙ୍କ କବିତା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶୈଳଜ ରବି ମୁଖ୍ୟ ଆଲୋଚକ ଏବଂ ବିନ୍ଦୁସାଗର ଓଝା ଓ ବିଜୟ କୁମାର ବିଶ୍ୱାଳ ଆଲୋଚକ ଭାବେ ଯୋଗଦେଇଥିଲେ। ଅପରାହ୍ନ ଅଧିବେଶନରେ ଲୋକସଂସ୍କୃତି ଉପରେ ପ୍ରଫେସର ଅଜୟ ମିଶ୍ର ଆଲୋଚନା କରିବା ସହ ପ୍ରାଚୀନ ଲୋକସଂସ୍କୃତିର ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ। ଜୟନ୍ତ ମହାପାତ୍ରଙ୍କ ଉପରେ ପ୍ରସ୍ତୁତ ପ୍ରାମାଣିକ ଚିତ୍ର ବିଶ୍ୱେଶ୍ୱର ଦାସଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଜଗତସିଂହପୁରର ଇତିହାସ ଉପରେ ଆୟୋଜିତ ଆଲୋଚନାଚକ୍ରରେ ଯତୀନ କୁମାର ନାୟକ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରଦୀପ୍ତ ମିଶ୍ର, ଦେବେନ୍ଦ୍ର ରାଉତ, ସୁଧାଂଶୁ ରଞ୍ଜନ ଦାଶ ଓ ଲକ୍ଷ୍ମୀନାରାୟଣ କାନୁନଗୋ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ଏହାସହ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସୀତାରା ଓଡ଼ିଶୀ ନୃତ୍ୟ ଉପରେ ଗବେଷଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା। ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
3