ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ୱୀପ ବେଳାଭୂମି ସଫେଇ: ୨୦୦ କେଜି ବର୍ଜ୍ୟବସ୍ତୁ ସଂଗ୍ରହ

ପାରାଦ୍ୱୀପ, 01/10/2026, ଉତ୍କଳ voice news - utkalvoicenews.com ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ଆଧାର କରି ପାରାଦ୍ୱୀପ ବେଳାଭୂମିରେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ‘ଏକ ଦିନ, ଏକ ଘଣ୍ଟା, ଏକ ସାଥୀ’ ଅଭିଯାନର ଅଂଶ ଭାବେ ପାରାଦ୍ୱୀପ କଲେଜ ଏନ୍‌ସିସି ଆଲୁମ୍ନାଇ ଆସୋସିଏସନ୍‌ ଓ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ (PHO)ର ମିଳିତ ଉଦ୍ୟମରେ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା।
Article Image
ଅଭିଯାନ ସମୟରେ ବେଳାଭୂମିରୁ ପ୍ରାୟ ୨୦୦ କିଲୋଗ୍ରାମ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା। ପାରାଦ୍ୱୀପ କଲେଜ ଏନ୍‌ସିସି ଆଲୁମ୍ନାଇ ଆସୋସିଏସନ୍‌ର ସଭାପତି ତଥା ପାରାଦ୍ୱୀପ ପୌରପାଳିକାର ସ୍ୱଚ୍ଛତା ରାଷ୍ଟ୍ରଦୂତ ଅମ୍ବିକା ପ୍ରସାଦ ମହାପାତ୍ର, ସମ୍ପାଦକ ପଦ୍ମନାଭ ଦାସ, PHO ଅଧିକାରୀ ଡା. ରାଜେନ୍ଦ୍ର ପାଣିଗ୍ରାହୀ, ଡା. ଦେବକାନ୍ତଙ୍କ ସମେତ PHO ଓ ଏନ୍‌ସିସି ଆଲୁମ୍ନାଇ ଆସୋସିଏସନ୍‌ର ସଦସ୍ୟମାନେ ଏଥିରେ ଯୋଗଦେଇଥିଲେ।
Article Image
ଏହି ଅବସରରେ ଆୟୋଜକମାନେ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ସହ ବର୍ଜ୍ୟବସ୍ତୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା ଏବଂ ପରିବେଶ ସୁରକ୍ଷା ଦିଗରେ ନାଗରିକଙ୍କ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପାରାଦ୍ୱୀପ ପୌରପାଳିକାର ସ୍ୱଚ୍ଛତା ରାଷ୍ଟ୍ରଦୂତ ଅମ୍ବିକା ପ୍ରସାଦ ମହାପାତ୍ର କହିଥିଲେ ଯେ, ସ୍ୱଚ୍ଛତା ଏକ ଦିନର କାର୍ଯ୍ୟ ନୁହେଁ; ଏହା ଦୈନନ୍ଦିନ ଜୀବନର ଏକ ଅଭ୍ୟାସ। ପ୍ରତ୍ୟେକ ନାଗରିକ ସ୍ୱଚ୍ଛତା ଅଭିଯାନରେ ସହଭାଗୀ ହେଲେ ସହର ଓ ପରିବେଶକୁ ଅଧିକ ସ୍ୱଚ୍ଛ ଓ ସୁସ୍ଥ ରଖିବା ସମ୍ଭବ ବୋଲି ସେ କହିଥିଲେ।
3