ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେବା ସଂକଳ୍ପ’ରେ ପଥପ୍ରାନ୍ତ ପାଲା

ବାଲେଶ୍ୱର, 02/10/2026, ଉତ୍କଳ voice news - utkalvoicenews.comଖଇରା ବ୍ଲକର ବିଡିଓଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ମହତୀପୁର, କୁରୁଣ୍ଟା, ସାରଡାଙ୍ଗ ଓ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତରେ ‘ସେବା ସଂକଳ୍ପ’ ଅଭିଯାନ ଅବସରରେ ପଥପ୍ରାନ୍ତ ପାଲା ‘ନମୋ ଗାଥା’ ପରିବେଷଣ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ‘ବନ୍ଦେ ମାତରମ୍’ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପାଲା ଓ ଅଭିନୟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜୀବନଯାତ୍ରା, ସାର୍ବଜନୀନ ଜୀବନର ବିଭିନ୍ନ ପର୍ଯ୍ୟାୟ ଏବଂ ଲୋକସେବା ସହ ଜଡ଼ିତ ବିଭିନ୍ନ ଘଟଣାକୁ ନାଟକୀୟ ଢଙ୍ଗରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଗାୟକ ଛାୟାକାନ୍ତ ମହାନ୍ତି ତାଙ୍କ ସାଥୀମାନଙ୍କ ସହ ଏହି ପଥପ୍ରାନ୍ତ ପାଲା ପରିବେଷଣ କରିଥିଲେ। ପାଲା ପରିବେଷଣ ସମୟରେ ଶତାଧିକ ସ୍ଥାନୀୟ ଲୋକ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ, ପିଇଓଙ୍କ ସମେତ ବିଭିନ୍ନ ୱାର୍ଡର ପ୍ରତିନିଧି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ପାଲା ଓ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ ବିଭିନ୍ନ ଦୃଶ୍ୟକୁ ଦର୍ଶକମାନେ ଆଗ୍ରହର ସହ ଉପଭୋଗ କରିଥିଲେ।
Article Image
5