ପୁରୀ, 02/10/2026, ଉତ୍କଳ voice news - utkalvoicenews.com
ପୁରୀ ସ୍ୱର୍ଗଦ୍ୱାରରେ ଦିନରାତି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିବା ଶବଦାହକ ଓ ସୁରକ୍ଷାକର୍ମୀମାନଙ୍କୁ ଇନର ହୁଇଲ୍ କ୍ଲବ୍ ଶ୍ରୀକ୍ଷେତ୍ର ପକ୍ଷରୁ ସମ୍ମାନିତ କରାଯାଇଛି।
ଇନର ହୁଇଲ୍ କ୍ଲବ୍ର ଜିଲ୍ଲା ଚେୟାରମ୍ୟାନଙ୍କ ସ୍ୱର୍ଗଦ୍ୱାର ଗସ୍ତ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ଶବଦାହକମାନେ ନିଷ୍ଠାର ସହ ସେବା ଯୋଗାଇ ଆସୁଥିବାରୁ କ୍ଲବ୍ ପକ୍ଷରୁ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଯାଇଥିଲା।
ସେହିପରି ସ୍ୱର୍ଗଦ୍ୱାରରେ ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ସମାଜର ଏକ ସମ୍ବେଦନଶୀଳ ସମୟରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିବା କର୍ମଚାରୀମାନଙ୍କୁ ସମ୍ମାନ ଦେବା ଏକ ସାମାଜିକ ଦାୟିତ୍ୱ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ଇନର ହୁଇଲ୍ କ୍ଲବ୍ର ସଭାପତି ରାଜଲକ୍ଷ୍ମୀ ଦାସ, ଉପସଭାପତି ପ୍ରଭାତୀ ମହାପାତ୍ର, ସମ୍ପାଦକ ମିନତୀ ନାୟକ, କୋଷାଧ୍ୟକ୍ଷ ସ୍ଵରଦା ମେକାପ, ଆଇ.ଏସ.ଓ. ଦେବଜାନୀ ମିଶ୍ର, ଏଡିଟର ମଧୁସ୍ମିତା ମହାପାତ୍ର, କ୍ଲବ୍ ଉପଦେଷ୍ଟା ସଂଘମିତ୍ରା ଦାସ, କାର୍ଯ୍ୟକାରୀ ସଦସ୍ୟ ବନ୍ଦନା ରାୟ ଓ ରୂପଶ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।