କୁଜଙ୍ଗ , 02/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - ୩୦/୦୯/୨୦୨୬ : କୁଜଙ୍ଗ ବ୍ଲକ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୁଧବାର ବନବିହାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରାୟ ୩୫୦ ଜଣ ପଞ୍ଜୀକରଣ କରିଥିବା ବେଳେ ୩୪୧ ଜଣଙ୍କୁ ବିଭିନ୍ନ ବିଭାଗରେ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ପରେ ୩୫ ଜଣଙ୍କୁ ଚିହ୍ନଟ ତାଲିକାରୁ ବାଦ ଦିଆଯାଇଥିବା ବେଳେ ଅଧିକ ପରୀକ୍ଷା ଆବଶ୍ୟକ ଥିବା ୩୦ ଜଣଙ୍କ ତଥ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି।
ଶିବିରରେ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, ବିଡିଓ ଦୀପକ କୁମାର ସ୍ୱାଇଁ, ଏମ୍ପି ପ୍ରତିନିଧି ସ୍ମୃତିରଞ୍ଜନ ବେହେରା, ବିଧାୟକ ପ୍ରତିନିଧି ଦିଲୀପ କୁମାର ବେହେରା, ଦେବେନ୍ଦ୍ର ରାଉତ, କେଦାର ମାଝୀ, ସସ୍ମିତା ନାୟକ, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ଓ ଶ୍ରୀନିବାସ ସ୍ୱାଇଁଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଜିତେନ୍ଦ୍ରୀୟ ରାଉତ ଶିବିରର ସଂଯୋଜନା କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କିଶୋର ମହାନ୍ତି ଶିବିର ପରିଚାଳନା କରିଥିଲେ।