ଏରସମା, 17/03/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରୀଆପଡା ମା"ସାତଭଉଣୀ ପୀଠରେ ଦୋଳ ମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳଣରେ ଦୋଳ ବିମାନ ମହନ୍ତ ମେଲଣ ପଡିଆଠାରୁ ବିରାଟ ପଟୁଆରେ ମା" ସାତଭ ଉଣୀ ବେଢା ନିକଟକୁ ଆସିଥାନ୍ତି। ଘଣ୍ଟ ଘଣ୍ଟି ବାଜା,ବାଣ, ଭଜନ କୀର୍ତନ, ବାବୁ ବାବୁଆଣୀ ନାଚ, ଖଡିଖେଳ ,ଲଉଡି ଖେଳ ସହିତ ବିରାଟ ପଟୁଆରରେ ବିମାନ ସବୁ ଆସିଥାନ୍ତି। ଗୋପୀନାଥ ଜୀଉଙ୍କ ନୀତି ନିୟମ ଅନୁସାରେ ଆଳତି ଧୂପ ଦୀପ ,ଘଣ୍ଟ,ଘଣ୍ଟି ହରିବୋଲ ହୁଳହୁଳି ସହିତ ଗୋପୀନାଥ ଜୀଉଙ୍କ ମନ୍ଦିର ମଣ୍ଡପରେ ପଣ୍ଡିତ ବିଭୁ ରଞ୍ଜନ ଦାଶ ଭୋଗ ଲଗାଇ ଥାନ୍ତି। ଏହି କାର୍ଯ୍ୟକ୍ରମରେ ମା" ସାତଭଉଣୀ ଠାକୁରାଣୀଙ୍କ ମହନ୍ତ ମହାରାଜ ଅମୃତ ଦାସ( ବୁବୁ)ଭାଇଙ୍କ ତତ୍ତ୍ଵବଧାନରେ ଚଟୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଚଟୁଆ ସମିତିର ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ପ୍ରଥମେ ମା" ସାତଭ ଉଣୀ ଡ଼୍ରାମାଟିକ୍ କ୍ଲବର ପିଲାମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ଦିନକୁ ଦିନ କଳା ସଂସ୍କୃତି ଲୋପ ପାଇଜିବାକୁ ବସିଥିବା ବେଳେ ସମସ୍ତେ ଏକାଠି ହୋଇ ଭାଇଚାରା ବଜାୟ ରଖିବା ସହିତ କଳା ସଂସ୍କୃତିକୁ ବଜାୟ ରଖିଥିବାରୁ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଆୟୋଜିତ କାର୍ଯ୍ଯକ୍ରମରେ ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ, ଆଇନଜୀବୀ ଏଏନଡି ଯାଦବ ,ପଣ୍ଡିତ ବିଭୁ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ। ଆଜିର ମୁକ୍ତମଞ୍ଚ ନାଟକ ହା କୃଷ୍ଣ ବୋଲି ଯାଉ ଯିବ ପରିବେଷଣ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମକୁ ପୋଖରୀଆପଡା ଗ୍ରାମର ସମସ୍ତ ଗ୍ରାମବାସୀମାନେ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।