ରାହାମା ଇମିସ, 18/03/2025, ଉତ୍କଳ voice news - utkalvoicenews.com
ଶ୍ରୀମଦ ବାୟାବାବ ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ପରିକଳ୍ପିତ ଅନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ପ୍ରଥମ ଦିବସରେ ସମିତିର ମୁଖ୍ୟ ସଂଯୋଜକ ଡ଼ ସୁନାକାର ବେହେରା ଙ୍କ ସମର୍ପିତ ଉଦ୍ୟମରେ ଓ କର୍ମକର୍ତ୍ତା ସମର୍ପିତ ନିଷ୍ଠା ଦ୍ୱାରା ରାହାମା ଓ ସଲଘ୍ନ ଅଞ୍ଚଳରେ ୧୦୦୮ ମା ମାନଙ୍କ ଦ୍ୱାରା ଓଡିଶାର ଗଙ୍ଗା ମହାନଦୀର ପବିତ୍ର ତଟରେ ୧୦୦୮କଳସ ଶୁଭାଧୀବାସ ଅନୁଷ୍ଠିତ। ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ୱାରା ପବିତ୍ର ମନ୍ତ୍ର ଧ୍ଵନି ଓ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଓ ମା ମାନଙ୍କ ର ଜୟ ଜଗନ୍ନାଥ ଧ୍ଵନି, ଶଙ୍ଖ, ହୁଳହୁଳି ରେ ସମଗ୍ର ପରିବେଶକୁ ସ୍ୱତଃ ଅଧାତ୍ମିକ ପରିବେଶରେ ପରିପୂର୍ଣ ହୋଇଥିଲା। ଶ୍ରୀ ଜଗନ୍ନାଥକୁ ନେଇ ଆମର ପରିଚିତ କୋଟି ଓଡିଆର ମଉଡମଣୀ ଏହା ହିଁ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ମାର୍ମିକ ଅନ୍ତସ୍ୱର ଅଟେ ? ରାହାମା ଅଞ୍ଚଳ ପ୍ରଥମ ଥର ପାଇଁ ଏପରି ଅଭିନବ ପ୍ରୟାସକୁ ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି। ଶ୍ରୀ ଜଗନ୍ନାଥ ମହୋତ୍ସବ ସହିତ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ସମର୍ପିତ ଭାବେ ୧୭/୦୩ ସୋମବାର ରୁ ୨୪/୦୩ ସୋମବାର ପର୍ଯ୍ୟନ୍ତ ସ୍ଵାତିକ ଭାବଧାର ଓ ନିରଳସ ଜୀବନ ଚାର୍ଜ୍ୟ ବହନ କରୁଥିବା ପଞ୍ଚ କୁଣ୍ଡିୟ କର୍ତ୍ତା ମାନେ ବିକ୍ରମ ମଲ୍ଲ ସହ ଧର୍ମିଣୀ ଦିପ୍ତିମୟୀ ମଲ୍ଲ, ପ୍ରସନ ସ୍ବାଇଁ, ଲକ୍ଷ୍ମୀଧର ସାହୁ, ଉତ୍ତମ ଦାସ, ମହେଶ୍ୱର ସାହୁ ନିଜକୁ ପୂର୍ଣ୍ଣଭାବେ ଯଂଜ୍ଞ ରେ ସମର୍ପଣ କରିଥିଲେ। ସନ୍ଧ୍ୟାରେ ପାରମ୍ଭିକ ଦିବସକୁ ଅଧିକ ଭାବମୟ କରିବାପାଇଁ ମା ବିରଜା ସଙ୍ଗୀତ ଯାଜପୁର ଦ୍ୱାରା ଭକ୍ତିନୟିବିଦ୍ୟ ଭଜନ ପରିବେଷଣ କରିଥିଲେ। ଏହାର ପରବର୍ତୀ ଦିବସ ମାନଙ୍କରେ ଧାରାବାହିକ ଭାବେ ବାବା ବ୍ରହ୍ମଚାରି ସତ୍ୟାନନ୍ଦ ଦାସ ମହାରାଜ ଦ୍ୱରା ଚାଲୁ ରହିବ ବୋଲି ମୁଖ୍ୟ ସଂଯୋଜକ ଡ଼ ସୁନାକାର ବେହେରା ପ୍ରକାଶ କରିଛନ୍ତି
