ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁନି ହାତରେ ବଡ଼ ସ୍ୱପ୍ନ, ‘ସୁରଭି’ରେ ପ୍ରତିଭାର ଝଲକ

କୁଜଙ୍ଗ / ବଳରାମପୁର, 02/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - ୨/୧୦: କୁନି କୁନି ମୁହଁ, ହେଲେ ସ୍ୱପ୍ନ ବଡ଼। କାହା ହାତରେ ରଙ୍ଗତୁଳୀ, ତ ଆଉ କାହା କଣ୍ଠରେ ସଙ୍ଗୀତର ସ୍ୱର।
Article Image
ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ୍‌ ଭଳି ବିଭିନ୍ନ ପ୍ରତିଯୋଗିତାରେ କୁନି ପ୍ରତିଭାମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।
Article Image
ବଳରାମପୁର ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଅକ୍ଟୋବର ୧ ତାରିଖରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
Article Image
ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର, ସଙ୍ଗୀତ, ନୃତ୍ୟ, ପ୍ରବନ୍ଧ ଓ କୁଇଜ୍‌ ସମେତ ବିଭିନ୍ନ ପ୍ରତିଯୋଗିତାରେ ପିଲାମାନେ ନିଜର ସୃଜନଶୀଳତା ପ୍ରଦର୍ଶନ କରିଥିଲେ।
Article Image
ଚିତ୍ରାଙ୍କନ ପ୍ରତିଯୋଗିତାରେ ହସିଣାସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ପ୍ରାଥମିକ ବିଦ୍ୟାଳୟର ସୁଭସ୍ମିତା ସ୍ୱାଇଁ ପ୍ରଥମ, ବଳରାମପୁର ନୂଆସାହି ପ୍ରାଥମିକ ବିଦ୍ୟାଳୟର ରୁତୁପ୍ରଞ୍ଜା ତରାଇ ଦ୍ୱିତୀୟ ଏବଂ ପ୍ରତ୍ୟୁଷ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ। ଶିଶୁ ମହୋତ୍ସବ ‘ସୁରଭି’ ପିଲାମାନଙ୍କ ମଧ୍ୟରେ ଲୁଚିଥିବା ପ୍ରତିଭା ଓ ସୃଜନଶୀଳତାକୁ ଚିହ୍ନଟ କରିବା ସହ ତାହାର ବିକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଛି। କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ସଞ୍ଜୟ କୁମାର ଜେନା, ପ୍ରଧାନଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ମହାନ୍ତି, ସିଆରଜି ହୃଷିକେଶ ମହାନ୍ତିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପିଲାମାନଙ୍କ ଏହି ସୃଜନଶୀଳ ପ୍ରତିଭା ଆଗାମୀ ଦିନରେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
3