ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପଗଡ଼ରେ ସୁରଭି-୨୦୨୬, ଚମକିଲେ କୁନି ପ୍ରତିଭା

ପାରାଦୀପଗଡ଼, 02/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ରଶ୍ମିରଞ୍ଜନ ଦାସ, ପାରାଦୀପ-କୁଜଙ୍ଗ ) :
Article Image
ତା - ୧/୧୦: ପାରାଦୀପଗଡ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଦୀପଗଡ ଓ ନୂଆଗଡ଼ ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ।
Article Image
ମୁଖ୍ୟ ଅତିଥି ଭାବେ ପାରାଦୀପ ଉପଜିଲ୍ଲାପାଳ ଶୟଦା ନାୟାଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ଓକିଲ ସଂଘ ସଭାପତି ସଞ୍ଜୟ କୁମାର ବେହେରା ଏବଂ ସମ୍ମାନିତ ଅତିଥି ଭାବେ ସିଆରସିସି ସମୀର କୁମାର ଓଝା ଯୋଗଦେଇଥିଲେ। ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଖେଳ ଶିକ୍ଷକ ରମାକାନ୍ତ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
Article Image
3