କୁଜଙ୍ଗ , 03/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - ୨/୧୦ : ଗାନ୍ଧୀ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ଗ୍ରାମପଞ୍ଚାୟତ ପରିସରରେ ଗ୍ରାମସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସଙ୍କ ସଭାପତିତ୍ୱରେ ଗ୍ରାମସଭା ଆୟୋଜିତ ହୋଇଥିଲା। ଏଥିରେ ପଞ୍ଚାୟତ ପିଇଓ ଶ୍ରୀମତୀ ଦେବସ୍ମିତା ଦାସ, ଚିନ୍ମୟୀ ଦାସ, କୁଜଙ୍ଗ ଆରଆଇ ଶ୍ରୀ ଜଗନ୍ନାଥ ମାଝୀ, ନାଏବ ସରପଞ୍ଚ ଶ୍ରୀମତୀ ଶାନ୍ତିଲତା ସ୍ୱାଇଁ, ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ଟିକନ ନାୟକଙ୍କ ସମେତ ୱାର୍ଡ ସଭ୍ୟସଭ୍ୟାମାନେ ଯୋଗଦେଇଥିଲେ।
ସଭାରେ ପଞ୍ଚାୟତର ବିକାଶ, ବିଭିନ୍ନ ସରକାରୀ ଯୋଜନାର ସୁବିଧା, ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ଅର୍ଥ ଆୟୋଗ ଅନୁଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହାସହ ଗ୍ରାମକୁ ଶିଶୁ ଶ୍ରମମୁକ୍ତ କରିବା ସହ ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଠନ ନେଇ ଉପସ୍ଥିତ ସଦସ୍ୟମାନେ ସାମୂହିକ ଭାବେ ଶପଥ ଗ୍ରହଣ କରିଥିଲେ।
ୱାର୍ଡ ସଭ୍ୟା ପ୍ରିୟଦର୍ଶିନୀ ଦାସ, ଗୀତାଞ୍ଜଳି ମଲ୍ଲିକ, ମାମିନା ମହାରଣା, ରୁଣୁବାଳା ପାତ୍ର, ମମତା ମହାରଣା ଓ ମଇନା ଦାସଙ୍କ ସମେତ ପଞ୍ଚାୟତର ବିଭିନ୍ନ ପ୍ରତିନିଧି ଓ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ