ଏରସମା, 03/10/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ। ) :
ଗ୍ରାମସଭା ଆୟୋଜନକୁ ନେଇ ପଲିକଣ୍ଟା ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ଅସନ୍ତୋଷ। ପଞ୍ଚାୟତ ସ୍ତରରେ ସରପଞ୍ଚ ଙ୍କ ପ୍ରତିନିଧି ଙ୍କ ମନମାନି, ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି ଅବହେଳା ଏବଂ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ନେଇ ପ୍ରଶ୍ନ ଉଠାଇ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ଏହାର ପ୍ରଭାବରେ ଗ୍ରାମସଭା ଆଗକୁ ବଢ଼ିପାରିନଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଭିନ୍ନ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସଠିକ୍ ଭାବେ ପହଞ୍ଚୁନାହିଁ। ପଞ୍ଚାୟତ ସ୍ତରରେ ବିଭିନ୍ନ ଅନିୟମିତତା ଓ ମନମାନି ନେଇ ଦୀର୍ଘଦିନ ଧରି ଅସନ୍ତୋଷ ରହିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଗ୍ରାମସଭା ଭଳି ଗଣତାନ୍ତ୍ରିକ ମଞ୍ଚରେ ଗ୍ରାମବାସୀଙ୍କ ସମସ୍ୟା ଓ ଅଭିଯୋଗ ଆଲୋଚନା ହେବାର ଦାବି ହୋଇଛି। ଏଥିସହ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ, ସରକାରୀ ଯୋଜନାରେ ସ୍ୱଚ୍ଛତା ଏବଂ ପଞ୍ଚାୟତ ସ୍ତରରେ ଜବାବଦେହିତା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏବେ ପ୍ରଶ୍ନ ଉଠିଛି— ଗ୍ରାମବାସୀଙ୍କ ଅଭିଯୋଗର ସମାଧାନ କେବେ? ଏବଂ ପୁଣି କେବେ ବସିବ ପଲିକଣ୍ଟାର ଗ୍ରାମସଭା?