ପାରାଦୀପ ଗଡ, 22/03/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଭବନ ପରିସରରେ ପାରାଦୀପ ଗଡ ପଞ୍ଚାୟତ ଓ ପ୍ରାକ୍ସିଅର୍ ଇଣ୍ଡିଆ ଲିମିଟେଡ କମ୍ପାନୀ ର ମିଳିତ ସହଯୋଗ ରେ ପଞ୍ଚାୟତ ରେ ଥିବା ତିନିଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ୪୪ ଜଣ ସ୍କାଉତ୍ ଓ ଗାଇଡ୍ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ

ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଦୃତ ଶିଳ୍ପାୟନ ଯୋଗୁ ପାରାଦୀପ ଗଡ ପଞ୍ଚାୟତ ର ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ ର ଗେଟ୍ ବଜାର, କଟକ - ପାରାଦୀପ ରାଜ୍ୟ ରାଜପଥ ର ପାରାଦୀପ ଗଡ ବସ ଷ୍ଟାଣ୍ଡ, ଦୋଛକି ଓ କଟକ - ପାରାଦୀପ ରେଳ ଲାଇନ ର ରଙ୍ଗିଆଗଡ ରେଳ ଷ୍ଟେସନ ଠାରେ ବ୍ୟାପକ ଜନ ଗହଳି ହେବ ସହିତ ଓ ବହୁଳ ଗାଡ଼ି ଚଳା ଚଳ ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇ ପଡ଼ିଛି l ଏଥି ସହିତ ବୁଲା ଗାଈ ଗୋରୁ, ଷଣ୍ଢ ଙ୍କ ଯୋଗୁ ଅନେକ ସଡ଼କ ଦୁର୍ଘଟଣା ଘଟି ଅନେ ଧନ ଜୀବନ କ୍ଷେୟ କ୍ଷତି ଘଟୁଛି l ଏହାର ସମାଧାନ ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ତୈଳ ବିଶୋଧନାଗାର ରେ କାର୍ଯ୍ୟରତ ପ୍ରାକ୍ସିଅର ଇଣ୍ଡିଆ ଲିମିଟେଡ଼ କୁ ଚିଠି ଲେଖିଥିଲେ l ଫଳରେ ସଂପୃକ୍ତ କମ୍ପାନୀ କତୃପକ୍ଷ ସରପଞ୍ଚ ଶ୍ରୀମତୀ ବେହେରା ଙ୍କ ଅନୁରୋଧ ରକ୍ଷାକରି ପଞ୍ଚାୟତ ର ବିଭିନ୍ନ ବଜାର, ଛକ ଓ ଭିଡ଼ ସ୍ଥାନ ମାନଙ୍କରେ ଜାନ ବାହନ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କରିବା ପାଇଁ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଏପରି ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଛି l ସେମାନଙ୍କୁ ଆବଶ୍ୟକୀୟ ଉପକରଣ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରାକ୍ସିଅର ଇଣ୍ଡିଆ କମ୍ପାନୀ ର ଏଚ. ଆର. ହେଡ୍ ଶ୍ରୀଯୁକ୍ତ ରଞ୍ଜିତ କୁମାର ଜେନା ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ପାରାଦୀପ ନାଗରିକ ମଞ୍ଚ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ମଧ୍ୟରେ କଂପାନୀ ର ମେଙ୍କାନିକାଲ୍ ହେଡ ଶ୍ରୀ ସରୋଜ ଏମକେ, ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷା କମିଟ୍ ସଭାପତି ଶ୍ରୀ ଜୀବନ ଧନ ବେହେରା, ସମାଜ ସେବୀ ପରୀକ୍ଷିତ ତରାଇ ପ୍ରମୁଖ ଯୋଗ ଦେଇଥିଲେ l
