ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବସ୍‌ ଦାବିରେ ଯାତ୍ରା, ହସ୍ପିଟାଲରେ ପ୍ରମୋଦ

ରାୟଗଡ଼ା, 03/10/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା - ୩-୧୦-୧୦ : ଗୁଡ଼ାରୀରୁ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ସାଇକେଲ ଯାତ୍ରା କରୁଥିବା ଆନ୍ଦୋଳନକାରୀ ପ୍ରମୋଦ ପତି ଅସୁସ୍ଥ ହୋଇପଡ଼ିଛନ୍ତି। ଗାନ୍ଧୀ ଜୟନ୍ତୀରୁ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରିଥିବା ବେଳେ ମିଲକାପାଙ୍ଗା ନିକଟରେ ସେ ହଠାତ୍‌ ଅସୁସ୍ଥ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ପଦ୍ମପୁର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଥିଲା। ସୂଚନା ଅନୁସାରେ, ଗୁଡ଼ାରୀରୁ ଭୁବନେଶ୍ୱରକୁ ସରକାରୀ ବସ୍‌ ସେବା ଦାବିରେ ପ୍ରମୋଦ ଗତ ଜୁଲାଇ ୧୮ରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ସେପ୍ଟେମ୍ବର ୩୦ ସୁଦ୍ଧା ବସ୍‌ ସେବା ଆରମ୍ଭ ନହେଲେ ଅକ୍ଟୋବର ୨ରୁ ସାଇକେଲ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିଲେ। ଧାର୍ଯ୍ୟ ସମୟସୀମା ମଧ୍ୟରେ ବସ୍‌ ସେବା ଆରମ୍ଭ ନହେବାରୁ ସେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି।
3