ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କନକ ଦୁର୍ଗା ମନ୍ଦିରରେ ଶୋଳପୂଜା ଆରମ୍ଭ

ଢେଙ୍କାନାଳ, 03/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୩/୧୦: ଢେଙ୍କାନାଳ ଦେଉଳସାହିସ୍ଥିତ ଜୁବୁଲି ଟାଉନ୍ ଠାରେ ଅବସ୍ଥିତ ମା’ କନକ ଦୁର୍ଗାଙ୍କ ପୀଠରେ ଆଜି ମୂଳାଷ୍ଟମୀ ଅବସରରେ ଶୋଳପୂଜା ଆରମ୍ଭ ହୋଇଯାଇଅଛି । ମା'ଙ୍କୁ ଆଜି ସହସ୍ର ଜଳକୁମ୍ଭରେ ଅଭିଶେକ କରାଯାଇଅଛି । ପ୍ରତ୍ୟେକ ଦିନ ମା'ଙ୍କର ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ବିଭିନ୍ନ ଫୁଲରେ ମା'ଙ୍କୁ ସୁସଜ୍ଜିତ କରାଯାଉଅଛି, ବିଭିନ୍ନ ଭୋଗ ଓ ପଣା, ମଧ୍ୟାହ୍ନରେ ଅନ୍ନଧୂପ, ସଂଧ୍ୟାରେ ଆଳତି, ରାତ୍ରରେ ବଡ ସିଂହାର ଭୋଗ ଲାଗି କରାଯାଉଅଛି । ଆସନ୍ତା ୧୧ ତାରିଖ ଠାରୁ ମା'ଙ୍କର ନବରାତ୍ର ପୂଜା ଆରମ୍ଭ ହେବା ସହ ୯ଦିନ ବ୍ୟାପୀ ମା’ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।
4