ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଉଦା କିଣାବେଳେ ଗଣ୍ଡଗୋଳକୁ ନେଇ ଏସ୍‌ପିଙ୍କୁ ଅଭିଯୋଗ

ଢେଙ୍କାନାଳ, 03/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୦୩/୧୦ : ହିନ୍ଦୋଳ ଥାନା ଅନ୍ତର୍ଗତ କଂସରା ସାହିର ଶରତ ପ୍ରଧାନ, ବୟସ- ୫୭ ବର୍ଷ, ପିତା- ପଂଚାନନ ପ୍ରଧାନ ଗତ ଜାନୁଆରୀ ମାସ ୧୧ ତାରିଖରେ ନିଜ ଗ୍ରାମର ଦୀନବନ୍ଧୁ ସାହୁଙ୍କ ଦୋକାନରୁ ସଉଦା ଆଣିବାକୁ ଯାଇଥିଲେ । ତାଙ୍କ ଦୋକାନରୁ ଶରତ ନିୟମିତ ସଉଦା ଆଣିଥାନ୍ତି । କେତେବେଳେ ସଉଦା ବାବଦକୁ ବାକି ରହିଯାଇଥାଏ, ପରେ ତାକୁ ପରିଷୋଧ କରିଥାନ୍ତି । କିନ୍ତୁ ସେହିଦିନ ସେ ଦୋକାନରେ ପହଁଚି ସଉଦା ମାଗିବାରୁ ଦୋକାନୀ ଦିନବନ୍ଧୁ ଶରତଙ୍କୁ ଗାଳିଗୁଲଜ କରି ଶଳା ପାଣ ଏତେ ରାତିରେ ସଉଦା ମାଗୁଛୁ ତେତେ ମୁଁ ଦେବିନାହିଁ I ପ୍ରତି ଉତରରେ ଲୋକଙ୍କ ସମ୍ମୁଖରେ କାହିଁକି ଗାଳିଗୁଲଜ କରୁଛୁ ବୋଲି କହିବାରୁ ଦୋକାନୀ ଦିନବନ୍ଧୁ, ତାଙ୍କ ପିତା ଧନେଶ୍ଵର ଓ ତାଙ୍କ ସ୍ତ୍ରୀ ତିଳୋତମା ସାହୁ ମିଳିତ ଭାବରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଦିନବନ୍ଧୁଙ୍କ ସ୍ତ୍ରୀ ତିଳୋତମା ଏକ ବାଉଁଶ ବାଡିରେ ଶରତଙ୍କୁ ମୁଣ୍ଡକୁ ବାଡେଇଥିଲେ । ପଳରେ ଶରତଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା । ଜୀବନ ବଂଚାଇ ଶରତ ନିଜ ଘରକୁ ଆସି ତୁରନ୍ତ ଆମ୍ବୁଲାନ୍ସ ଡକାଇ ହିନ୍ଦୋଳ ମେଡିକାଲ୍ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ଚିକିତ୍ସିତ ହୋଇ ହିନ୍ଦୋଳ ଥାନାରେ ଲିଖିତ ଏତଲା ଦେଇଥିଲେ । ହିନ୍ଦୋଳ ପୋଲିସ୍ ତାଙ୍କ ଗାଡିରେ ଶରତଙ୍କୁ ଆଣି ଘରେ ଛାଡିଥିଲେ । ପରେ ପଚାରି ବୁଝିବାରୁ ଶରତଙ୍କ ଏତଲା ପଞ୍ଜିକରଣ ହୋଇନାହିଁ । ଦିନବନ୍ଧୁ ସାହୁ ଜଣେ ପ୍ରତିଷ୍ଠିତ ବ୍ୟବସାୟ ହୋଇଥିବାରୁ ଏବଂ ଘର ପଛପାଖରେ ଗଞ୍ଜେଇ ବେପାର କରୁଛି, ସେଥିପାଇଁ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି । ତେଣୁ ଦିନବନ୍ଧୁ ସ୍ତ୍ରୀ ତିଳୋତମାଙ୍କ ଏତଲାକୁ ପଞ୍ଜିକରଣ କରି ଶରତଙ୍କ ନାମରେ କେଶ୍ ରୁଜୁ କରିଛନ୍ତି । ଶରତ ଜଣେ ଅନୁସୂଚିତ ଜାତିର ହୋଇଥୁବାରୁ ହିନ୍ଦୋଳ ଥାନା ଅଧିକାରୀ ଅବହେଳା କରୁଛନ୍ତି ବୋଲି ଶରତ ଲିଖିତ ଅବିଯୋଗ କରିଛନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ଶରତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପ୍ରଦାନ କରିଛନ୍ତି ।
3