ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାଚିକାଙ୍କ ପାରିଶ୍ରମିକ ଦାବି, ଜିଲ୍ଲାପାଳଙ୍କୁ ଦରଖାସ୍ତ

ଢେଙ୍କାନାଳ, 03/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୩/୧୦: ନିଖୂଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକାମାନଙ୍କ ପାରିଶ୍ରମିକ ବାବଦକୁ ୧କୋଟି ୨୦ ଲକ୍ଷ ଟଙ୍କା ଯୋଗାଇଦେବା ପାଇଁ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସଂଘ ଜଣାଉଅଛି ଯେ, ଅପ୍ରେଲ୍ ମାସ ପର ଠାରୁ ପାଚିକାମାନଙ୍କର ମାସିକ ପାରିଶ୍ରମିକ ଏ ପର୍ଯ୍ୟନ୍ତ ମିଳିନାହିଁ I ମଇ ଓ ଜୁନ୍ ୨ ମାସ ଛୁଟି ଥିବାରୁ ତାହାକୁ ନେଇ ଦେଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ୩ମାସ ବିତିଗଲାଣି କିନ୍ତୁ ମାସିକ ପାରିଶ୍ରମିକ ମିଳିନାହିଁ । ଏହା ଉପରେ ପୂର୍ବରୁ ଦୃଷ୍ଟି ଆକର୍ଷଣ କରାଯାଇଅଛି । ଏ ଖବର ପ୍ରକାଶିତ ପରେ କେନ୍ଦ୍ର ସରକାର ୨ ମାସ ପାଇଁ ୨ହଜାର ଟଙ୍କା ଦେଇଛନ୍ତି, କିନ୍ତୁ ରାଜ୍ୟ ସରକାର ୨ ମାସ ପାଇଁ ୪ ହଜାର ଟଙ୍କା ଦଉ ନାହାଁନ୍ତି ବୋଲି ଉଲ୍ଲେଖ କରିଛନ୍ତି । ମାସିକ ୩ହଜାର ଟଙ୍କାରେ ଗୋଟିଏ ପାଚିକା ପରିବାର ୫ମାସ ହେବ ପାରିଶ୍ରମିକ ନପାଇଁ କିପରି ଚଳୁଥୁବ ତାହା ଅନୁମେୟ । ତେଣୁ ଜିଲ୍ଲା ପାଣ୍ଠିରୁ ଉପରୋକ୍ତ ଟଙ୍କା ଯୋଗାଇ ଦେଇ ଏହାର ସମାଧାନ କରିବାକୁ ସଂଘ ପକ୍ଷରୁ ସଭାପତି ରବି ରଥ, ସଦସ୍ୟା ଭାରତୀ ଦାସ, ଶାନ୍ତିପ୍ରିୟ ସାହୁ, ସୁଭାସିନୀ ବେହେରା, ରଶ୍ମିତା ଦେହୁରୀ ପ୍ରମୁଖ ଅଭିଯୋଗ କରିଛନ୍ତି ।
3