ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଭିନ୍ନ ଦାବି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର, 03/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
୩/୧୦ : ଆସନ୍ତା ଅକ୍ଟୋବର ୮ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ସହ ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
Article Image
ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ କଂଗ୍ରେସ ନେତାମାନେ ବିବାଦୀୟ ବୋଲି ଅଭିହିତ କରିଥିବା ସଂଶୋଧିତ ଏମଏମଡିଆର-୨୦୨୬ ବିଲ୍ ପ୍ରତ୍ୟାହାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ଉଚିତ ସହାୟତା ପ୍ରଦାନ ଆଦି ଦାବି ଉଠାଇଥିଲେ।
Article Image
ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିଶ୍ୱଜିତ ଦାସ, ସହପ୍ରଭାରୀ ତଥା ପିସିସି ସମ୍ପାଦକ ମାନସ ରଞ୍ଜନ କର, ଓପିସିସି ସାଧାରଣ ସମ୍ପାଦକ ନଟବର ବାରିକ, ସମ୍ପାଦକ ବିରେନ କୁମାର ଦଳାଇ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସମାଜବାଦୀ ଦଳର ରାଜ୍ୟ ମୁଖ୍ୟ ବିକ୍ରମ ସ୍ୱାଇଁ, ସିପିଆଇ ପକ୍ଷରୁ ଶଶୀଭୂଷଣ ସ୍ୱାଇଁ, ସିପିଏମ ପକ୍ଷରୁ ଲୋଭାକାନ୍ତ ସ୍ୱାଇଁ, ସିପିଆଇଏମଏଲ ପକ୍ଷରୁ ବଂଶୀଧର ପରିଡ଼ା ଏବଂ ଅଖିଳ ଭାରତ ଯୁବ ସଂଘର ଜିଲ୍ଲା ସଭାପତି ମନୋରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ଏଥିରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଧନଞ୍ଜୟ ସୂତାର, ସମ୍ପାଦକ ଦିଲ୍ଲୀପ ମାହାର, ବାଲିକୁଦା ବ୍ଲକ ସଭାପତି ମହନି ଚରଣ ରାଉତ, ରଘୁନାଥପୁର ବ୍ଲକ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ ସଭାପତି ସଫି ଆଜମ, ଜଗତସିଂହପୁର ବ୍ଲକ ସଭାପତି ଜ୍ଞାନରଞ୍ଜନ ପୃଷ୍ଟି, ଏସି ସେଲ୍ ସଭାପତି ଲକ୍ଷ୍ମୀଧର ମଲ୍ଲିକ, ଯୁବ କଂଗ୍ରେସ ସଭାପତି ପ୍ରୀତମ ପରିଜା, ଶେଖ୍ ସଫାୟତ ଅଲ୍ଲୀ, ଦିଲ୍ଲୀପ ସିଂହ, କିଶୋର ପଟ୍ଟନାୟକ, ସୟଦ ସାୟକ ରସୁଲ, ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
3