ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତା ସତ୍ୟଭାମା ଦାସଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କୁଜଙ୍ଗ , 04/10/2026, ଉତ୍କଳ voice news - utkalvoicenews.comରିପୋର୍ଟ: ରଶ୍ମିରଞ୍ଜନ ଦାସ, ପାରାଦ୍ୱୀପ-କୁଜଙ୍ଗ :
Article Image
ତା - ୨/୧୦: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ନିବାସୀ ସ୍ୱର୍ଗତା ସତ୍ୟଭାମା ଦାସଙ୍କ ୯୫ ବର୍ଷ ବୟସରେ ପରଲୋକଗମନ ପରେ ତାଙ୍କ ଏକାଦଶାହ ଓ ଦ୍ୱାଦଶାହ କର୍ମ ଅବସରରେ ଶୋକାକୁଳ ପରିବେଶରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତା ସତ୍ୟଭାମା ଜଣେ ପରୋପକାରୀ, ସ୍ନେହଶୀଳ ଓ ସମାଜସେବୀ ମନୋଭାବର ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ। ଗରିବ ଓ ଅସହାୟଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବା ସହ ତାଙ୍କ ସ୍ନେହ ଓ ସହାନୁଭୂତି ପାଇଁ ସେ ସମସ୍ତଙ୍କ ନିକଟରେ ଆପଣାର ହୋଇପାରିଥିଲେ।
Article Image
ତାଙ୍କ ବିୟୋଗରେ କୁଜଙ୍ଗ ଅଞ୍ଚଳ ଜଣେ ସ୍ନେହଶୀଳ ମୁରବିଙ୍କୁ ହରାଇଥିବା ନେଇ ଶୋକ ପ୍ରକାଶ ପାଇଥିଲା। ଏକାଦଶାହ ଓ ଦ୍ୱାଦଶାହ କର୍ମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁ ଯୋଗଦେଇ ସ୍ୱର୍ଗତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ।
Article Image
ପରିବାର ପକ୍ଷରୁ ଜ୍ୟେଷ୍ଠ ପୁତ୍ର ସୁଶାନ୍ତ ଦାସଙ୍କ ସମେତ ସତ୍ୟନାରାୟଣ ଦାସ, ଚିତ୍ତରଞ୍ଜନ ଦାସ, କନ୍ୟା ସସ୍ମିତା ଦାସ, ନାତି-ନାତୁଣୀ ଓ ଅଣନାତି-ଅଣନାତୁଣୀ ଉପସ୍ଥିତ ଥିଲେ।
Article Image
ସ୍ୱର୍ଗତା ସତ୍ୟଭାମା ଦାସଙ୍କ ସରଳତା, ସ୍ନେହ ଓ ପରୋପକାରୀ ମନୋଭାବ ତାଙ୍କୁ ଜାଣିଥିବା ଲୋକଙ୍କ ହୃଦୟରେ ସଦା ସ୍ମରଣୀୟ କରି ରଖିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ।
Article Image
4