ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବର୍ଷା ଆଣିଲା ଆଶ୍ବସ୍ତି, ତାତିରୁ ମିଳିଲା ତ୍ରାହି

ବୁଗୁଡା, 22/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଚଳିତ ମାର୍ଚ୍ଚ ମାସ ଆରମ୍ଭରୁ ହିଁ ବୁଗୁଡା ଅଞ୍ଚଳରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିଥିଲା।। ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିଲା। ଟାଣ ଖରାର ପ୍ରକୋପ ଯୋଗୁଁ ମଧ୍ୟାହ୍ନରେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ବ୍ୟାପାର ଥିଲା। ସେମିତି ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରିବାକୁ ଅମଙ୍ଗ ହେଉଥିଲା ବେଳେ ରାସ୍ତାଘାଟ ସାମାନ୍ୟ ଫାଙ୍କା ଫାଙ୍କା ଲାଗୁଥିଲା। ଗତ ଦୁଇ ଦିନ ହେଲା ସକାଳେ ଏବଂ ରାତିରେ ଟିକେ ଥଣ୍ଡା ଲାଗୁଥିଲେ ହେଁ ମଧ୍ୟାହ୍ନରେ ଅସହ୍ୟ ଗରମ ହେଉଥିଲା। ତେବେ ଲୋକେ ତାତିରୁ ତ୍ରାହି ପାଇବା ପାଇଁ ବିକଳ ହେଉଥିବା ବେଳେ ଆଜି ଅପରାହ୍ନରେ ବିଜୁଳି ଓ ଘଡଘଡି ସହ ଅସରାଏ ବର୍ଷା ଯୋଗୁଁ ଲୋକଙ୍କୁ ସେଥିରୁ ଆଶ୍ବସ୍ତି ମିଳିଥିବା ଜଣାଯାଇଛି।
Article Image
1