କୁଜଙ୍ଗ , 04/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା 02/10 : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ନିବାସୀ ସ୍ୱର୍ଗତା ସତ୍ୟଭାମା ଦାସଙ୍କ ୯୫ ବର୍ଷ ବୟସରେ ପରଲୋକଗମନ ପରେ ତାଙ୍କ ଏକାଦଶାହ ଓ ଦ୍ୱାଦଶାହ କର୍ମ ଅବସରରେ ଏକ ଶୋକାକୁଳ ପରିବେଶରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ସ୍ୱର୍ଗତା ସତ୍ୟଭାମା ଦାସ ଜଣେ ପରୋପକାରୀ, ମମତାମୟୀ ଓ ସମାଜସେବୀ ମନୋଭାବର ମହିଳା ଭାବେ ଅଞ୍ଚଳବାସୀଙ୍କ ମଧ୍ୟରେ ପରିଚିତ ଥିଲେ। ଗରିବ ଓ ଅସହାୟ ଲୋକଙ୍କ ଦୁଃଖରେ ସେ ଦୁଃଖିତ ହେଉଥିଲେ ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ସହଯୋଗର ହାତ ବଢ଼ାଇ ଆସୁଥିଲେ। ତାଙ୍କ ସ୍ନେହ, ସହାନୁଭୂତି ଓ ସହଯୋଗୀ ମନୋଭାବ ପାଇଁ ସେ ସ୍ଥାନୀୟ ଲୋକଙ୍କ ନିକଟରେ ଆପଣାର ହୋଇପାରିଥିଲେ।
ତାଙ୍କ ବିୟୋଗରେ କୁଜଙ୍ଗ ଅଞ୍ଚଳ ଜଣେ ସ୍ନେହଶୀଳ ମୁରବିଙ୍କୁ ହରାଇଥିବା ନେଇ ଶୋକ ପ୍ରକାଶ ପାଇଥିଲା।
ଏକାଦଶାହ ଓ ଦ୍ୱାଦଶାହ କର୍ମ ଅବସରରେ କୁଜଙ୍ଗ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁ ଉପସ୍ଥିତ ହୋଇ ସ୍ୱର୍ଗତାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପରିବାର ପକ୍ଷରୁ ଜ୍ୟେଷ୍ଠ ପୁତ୍ର ସୁଶାନ୍ତ ଦାସ, ସତ୍ୟନାରାୟଣ ଦାସ, ଚିତ୍ତରଞ୍ଜନ ଦାସ, କନ୍ୟା ସସ୍ମିତା ଦାସଙ୍କ ସମେତ ନାତି-ନାତୁଣୀ ବୁବୁନ, ଲିଟିଲ, ବିଉଟି, ସିପୁନ ଏବଂଲୋନୀ, ଜୀନୁ ନାତୁଣୀ ମେହେକ ଅଣନାତି-ଅଣନାତୁଣୀ ଜଗୁ, କାଳୁ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱର୍ଗତା ସତ୍ୟଭାମା ଦାସଙ୍କ
ସରଳତା, ସ୍ନେହ ଓ ପରୋପକାରୀ ମନୋଭାବ ତାଙ୍କୁ ଜାଣିଥିବା ଲୋକଙ୍କ ହୃଦୟରେ ସଦା ସ୍ମରଣୀୟ କରି ରଖିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ।