ପାରାଦୀପ ଗଡ, 04/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା ୦୨.୧୦.୨୦୨୬ ରିଖ : ମହାତ୍ମା ଗାନ୍ଧୀ ଙ୍କ ପବିତ୍ର ଜନ୍ମ ତିଥିରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ ଯାଇଛି l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିକଶିତ ଭାରତ ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି ଉପରେ ବିଭିନ୍ନ ଗ୍ରାମରୁ ଆସିଥିବା ବ୍ୟକ୍ତି ମାନେ ମତାମତ ଓ ପ୍ରସ୍ତାବ ଦେଇଥିଲେ l ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଏକ ବୃହତ ଗ୍ରାମ ପଞ୍ଚାୟତ ହୋଇଥିବାରୁ ଏଵଂ ପାରାଦୀପ ଉପକଣ୍ଠରେ ଅବସ୍ଥିତ ଥିବାରୁ କେବଳ ଜଳ ନିସ୍କାସନ ସମସ୍ୟା ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ରାଜ୍ୟର ଅନ୍ୟ ପଞ୍ଚାୟତ ଠାରୁ ବହୁ ଆଗରେ ଅଛି ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l
ଜଳ ନିସ୍କାସନ ସମସ୍ୟା ସମାଧାନ ପାଇଁ ମାନ୍ୟବର ଶିଳ୍ପ ମନ୍ତ୍ରୀ ଙ୍କ ସହିତ ଆଲୋଚନା ହୋଇଛି ଓ ସେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ସେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଂଜୟ କୁମାର ବେହେରା, ଏମ.ବି.କେ. କଲ୍ପନା ମହାପାତ୍ର, ପିଇଓ ସନ୍ତୋଷ କୁମାର ବେହେରା, ଏଡିଇଓ ସୀପ୍ରରାଣି ପତି, ସିଆରପି ସତ୍ୟଭାମା ସ୍ଵାଇଁ, ମେନକାରାଣୀ ସ୍ଵାଇଁ, ହରାମଣି ସୁତାର, ମିଲ୍ଲି ମଲ୍ଲିକ, ବୈଷ୍ଣବ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ମହୋତ୍ସବ ରେ ପାରାଦୀପ ଗଡ ଓ ନୂଆଗଡ ଗ୍ରାମ ପଞ୍ଚାୟତ ର ସମସ୍ତ ଉଚ୍ଚ ଓ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ମୁଖ୍ୟ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ର ଊପ - ଜିଲ୍ଲାପାଳ ଶୟଦା ନାୟାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି. ସମୀର କୁମାର ଓଝା ଯୋଗଦେଇଥିଲେ l ବିଭିନ୍ନ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନାଚ ଗୀତର ଆୟୋଜନ କରା ଯାଇଥିଲା l ବିଦ୍ୟାଳୟ ସମୂହ ର ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କିରଣବାଳା ସାହୁ ସଭାପତିତ୍ବ କରିଥିବାବେଳେ ଖେଳ ଶିକ୍ଷକ ରମାକାନ୍ତ ଖଣ୍ଡୁଆଳ ଧନ୍ୟବାଦ୍ ଦେଇଥିଲେ l