କୁଜଙ୍ଗ / ଜୟସଂଖପୁର, 04/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - ୩/୧୦ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜୟସଂଖପୁର ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ସମୀର ବେହେରାଙ୍କ ସ୍ତ୍ରୀ ଶାଶୁଙ୍କୁ ଖାଦ୍ୟ ଦେବାକୁ ଯାଇଥିବା ସମୟରେ ତାଙ୍କ ଦ୍ୱିତୀୟ ଭାଉଜ କଳ୍ପନା ମାଝୀ ଓ ତାଙ୍କ ସ୍ୱାମୀ ବିଜୟ ମାଝୀଙ୍କ ସହ ବଚସା ହୋଇଥିଲା। ଏହା ପରେ କଳ୍ପନା ମାଝୀ ଲୁହା ସାବୁଲରେ ତାଙ୍କ ମୁଣ୍ଡରେ ଆଘାତ କରିଥିବା ସମୀର ଅଭିଯୋଗ କରିଛନ୍ତି।
ଏଥିରେ ମହିଳା ଜଣକ ଆହତ ହୋଇଥିବା ଜଣାପଡ଼ିଛି।
ପରେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିବା ସୂଚନା ମିଳିଛି। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜଗତସିଂହପୁର ନିଆଯାଇଥିଲା।
ଘଟଣାକୁ ନେଇ ସମୀର କୁଜଙ୍ଗ ଥାନାରେ ଅଭିଯୋଗ କରି ଦୁଇଜଣଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ସହ ପରିବାରର ସୁରକ୍ଷା ଦାବି କରିଛନ୍ତି। ତେବେ ପୁଲିସର ତଦନ୍ତ ଓ ଉଭୟ ପକ୍ଷର ମତାମତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।