ଢେଙ୍କାନାଳ, 04/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ତାରିଖ ୦୪.୧୦.୨୦୨୬ ରିଖ ଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶ୍ୟାମାଚରଣପୁରସ୍ଥିତ ସେୟାର ଏନ୍ଜିଓ ପରିସରରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ପୋଲିସ ଅଫିସରମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରାୟ ୩୦ ଜଣ ସଭ୍ୟ ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସମସ୍ତ ସଭ୍ୟଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ ଦିନରେ ସଭାରେ ଅଧିକ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତି କାମନା କରିଥିଲେ।
ଆଗାମୀ ସଭାରେ ଅଧିକ ସଂଖ୍ୟକ ସଭ୍ୟଙ୍କୁ ସାମିଲ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହ ନୂତନ ଏସ୍ପି ଏବଂ ରାଜ୍ୟ ସଂଘର କର୍ମକର୍ତ୍ତାମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ଉପଦେଶ ଓ ପରାମର୍ଶ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା।
ସଭାରେ ଉପସ୍ଥିତ ପ୍ରତ୍ୟେକ ସଭ୍ୟ ସଂଘର ଉନ୍ନତି ଓ ସୁଦୃଢ଼ୀକରଣ ନେଇ ନିଜ ନିଜ ମତାମତ ରଖିଥିଲେ।
କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋବର୍ଦ୍ଧନ ସାହୁ ଏବଂ ଉପଦେଷ୍ଟା ଶ୍ରୀ ଇନ୍ଦ୍ରମଣି ବେହେରା ସଂଘର ଉଦ୍ଦେଶ୍ୟ, ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କୁ ସର୍ବସମ୍ମତିକ୍ରମେ ସଂଘର ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା।
ନୂତନ ଭାବେ ମନୋନୀତ ଯୁଗ୍ମ ସମ୍ପାଦକ ଶ୍ରୀ ପଣ୍ଡା ତାଙ୍କ ସ୍ୱାଗତ ଭାଷଣରେ ସଂଘର ସର୍ବାଙ୍ଗୀଣ ଉନ୍ନତି କାମନା କରିବା ସହ ଏଥିପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଥିଲେ।
ଶେଷରେ ସଭାପତି ଶ୍ରୀ ଅକ୍ଷୟ କୁମାର ସାହୁ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଜଣାଇବା ପରେ ସଭା ସମାପ୍ତ ହୋଇଥିଲା।