ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କ୍ଲଷ୍ଟର ସ୍ତରୀୟ ବୈଠକ

ଏରସମା, 04/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ କୁଞ୍ଜବିହାରୀ ନୂଆଗାଁ ଆଞ୍ଚଳିକ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଛି।କ୍ଲଷ୍ଟର ଅଧୀନସ୍ଥ ୧୧ଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ୍ ଗ୍ରେଡ୍‌ର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।କୁଞ୍ଜବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ମହାନ୍ତିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।ସି ଆର୍ ସି ସି ଶେଷ ଦେବ ସ୍ୱାଇଁ ବୈଠକରେ ମୌଳିକ ସ୍ତରର ସାକ୍ଷରତା ସଂଖ୍ୟାଜ୍ଞାନ,ଶିକ୍ଷାର୍ଥୀଙ୍କ ସ୍ତରର ଆକଳନ,ଯୋଡ଼ି କାର୍ଯ୍ୟ ନ୍ୟସ୍ତ କାର୍ଯ୍ୟ ମାଧ୍ୟମରେ ଶ୍ରେଣୀ ପରିଚାଳନା ଏବଂ ଏହି ଆଧାରିତ ଶିକ୍ଷଣ କାର୍ଯ୍ୟର ଶୈଳୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷା ଦକ୍ଷତା ବିକାଶ ପାଇଁ ଶିକ୍ଷାଦାନ ପ୍ରଣାଳୀ ଓ ବିଭିନ୍ନ କାର୍ଯ୍ୟକଳାପ ଉପରେ ଉପସ୍ଥିତ ଶିକ୍ଷକମାନେ ନିଜ ନିଜର ମତାମତ ଓ ଅଭିଜ୍ଞତା ରଖିଥିଲେ।ଏଥିରେ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ୍ ଗ୍ରେଡ୍‌ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଏହି ଆଧାରିତରେ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରି କରିବାପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ।
4