ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୮ରେ ବନ୍ଦକୁ ନେଇ କଂଗ୍ରେସ-ସିପିଆଇର ସାମ୍ବାଦିକ ସମ୍ମିଳନୀ

କୁଜଙ୍ଗ , 05/10/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ। ) :
Article Image
ତା. ୦୪/୧୦/୨୦୨୬ : ଆସନ୍ତା ୮ ତାରିଖରେ ପ୍ରସ୍ତାବିତ ଓଡ଼ିଶା ବନ୍ଦକୁ ନେଇ କୁଜଙ୍ଗରେ କଂଗ୍ରେସ ଓ ସିପିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କୁଜଙ୍ଗସ୍ଥିତ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀରେ ୮ ତାରିଖର ବନ୍ଦକୁ ନେଇ ଦଳୀୟ ନେତାମାନେ ନିଜ ନିଜର ଆଭିମୁଖ୍ୟ ରଖିଥିଲେ।
Article Image
ଇଣ୍ଡିଆ ବ୍ଲକ୍‌ର ଆହ୍ୱାନକ୍ରମେ ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାକୁ ନେଇ ବନ୍ଦ ଡାକରା ଦିଆଯାଇଥିବା ନେତାମାନେ କହିଥିଲେ। ଭୋଟରଙ୍କ ଅଧିକାର, ସମ୍ବିଧାନ ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ବନ୍ଦର ଆହ୍ୱାନ କରାଯାଇଥିବା ସେମାନେ ମତ ପ୍ରକାଶ କରିଥିଲେ।
Article Image
ସାମ୍ବାଦିକ ସମ୍ମିଳନୀରେ ପାରାଦୀପ କଂଗ୍ରେସ ନେତା ନିରଞ୍ଜନ ନାୟକ, ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ, ସିପିଆଇ ଜେନେରାଲ କମିଟି ସମ୍ପାଦକ ସୁଭାଷ ମହାପାତ୍ର, ଶରତ ବଳିଆରସିଂହ, ବିଶ୍ୱନାଥ ମଲ୍ଲିକ, ରବୀନ୍ଦ୍ର ମାଝୀ, ସିପିଆଇ ଜିଲ୍ଲା ସେକ୍ରେଟାରୀ ଅଜୟ ବେହେରା, କଂଗ୍ରେସ ମିଡିଆ ସେଲ୍ ଚେୟାରମ୍ୟାନ୍ ରାଜେଶ ମିଶ୍ର ଓ ଚାଷୀନେତା ଜଗନ୍ନାଥ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। କଂଗ୍ରେସ ନେତା ନିରଞ୍ଜନ ନାୟକ ଓ ସିପିଆଇ ଜେନେରାଲ କମିଟି ସମ୍ପାଦକ ସୁଭାଷ ମହାପାତ୍ର ବନ୍ଦ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ଏଥିସହ ୮ ତାରିଖର ବନ୍ଦକୁ ସଫଳ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ପ୍ରସ୍ତାବିତ ବନ୍ଦ ପାଳନ ଯୋଗୁଁ ଅଞ୍ଚଳର ସାଧାରଣ ଜନଜୀବନ, ଯାତାୟାତ ଓ ବ୍ୟବସାୟିକ କାରବାର ଉପରେ କେତେ ପ୍ରଭାବ ପଡ଼ିବ, ତାହା ୮ ତାରିଖରେ ସ୍ପଷ୍ଟ ହେବ।
4