ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣେଶ ଭସାଣି ଯାତ୍ରାରେ ବିବାଦ, ଘଟଣାସ୍ଥଳରେ ପୋଲିସ ମୁତୟନ

ପାରାଦୀପ ଗଡ଼ / ନିମିଡ଼ି ଗ୍ରାମ, 05/10/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତାରିଖ: ୦୪/୧୦/୨୦୨୬ : ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିମିଡ଼ି ଗ୍ରାମରେ ଗଣେଶ ଭସାଣି ଯାତ୍ରାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଭସାଣି ପାଇଁ ନିଆଯାଉଥିବା ଗଣେଶ ମୂର୍ତ୍ତି ଅଧାବାଟରେ ଅଟକି ରହିଥିବା ବେଳେ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି।
Article Image
ସୂଚନା ଅନୁସାରେ, ନିମିଡ଼ି ଗ୍ରାମର ନିତାଇ ଗୌର ୟୁଥ୍ କ୍ଲବ୍ ପକ୍ଷରୁ ଗଣେଶ ପୂଜା ଆୟୋଜନ କରାଯାଇଥିଲା।
Article Image
*୦୩/୧୦/୨୦୨୬* ରାତିରେ ଗଣେଶ ମୂର୍ତ୍ତିକୁ ଭସାଣି ପାଇଁ ଗ୍ରାମ ପରିକ୍ରମା କରାଯାଉଥିବା ସମୟରେ ଅନ୍ୟ ଏକ କ୍ଲବ୍‌ର କିଛି ଯୁବକଙ୍କ ସହ ବିବାଦ ହୋଇଥିବା ନିତାଇ ଗୌର ୟୁଥ୍ କ୍ଲବ୍ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ବାକ୍‌ବିତଣ୍ଡା, ଠେଲାପେଲା ଓ ହାତାହାତି ହୋଇଥିବା ଅଭିଯୋଗ ରହିଛି। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଭସାଣି ଯାତ୍ରାରେ ସାମିଲ ଥିବା ଯୁବକମାନେ ଗଣେଶ ମୂର୍ତ୍ତିକୁ ରାସ୍ତା ମଝିରେ ରଖି ଦେଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣେଶ ମୂର୍ତ୍ତି ନିକଟରେ ସୁରକ୍ଷା ବ୍ୟବସ୍ଥା କରିଛି। ଅନ୍ୟପକ୍ଷରେ, ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନସମ୍ମତ ପଦକ୍ଷେପ ନିଆଯିବା ପରେ ଭସାଣି କରାଯିବ ବୋଲି ନିତାଇ ଗୌର ୟୁଥ୍ କ୍ଲବ୍‌ର କିଛି ସଦସ୍ୟ ଦାବି କରିଥିବା ସୂଚନା ମିଳିଛି। ଘଟଣା ପରେ ଗ୍ରାମରେ ଉତ୍ତେଜନା ରହିଥିବାରୁ ପୋଲିସ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ତେବେ ଘଟଣାର ପ୍ରକୃତ କାରଣ ଓ ବିବାଦର ପରିପ୍ରେକ୍ଷିତ ସମ୍ପର୍କରେ ଉଭୟ ପକ୍ଷର ଅଭିଯୋଗ ଓ ପ୍ରତିକ୍ରିୟା ସ୍ପଷ୍ଟ ହେବା ପରେ ହିଁ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇପାରିବ। ଏନେଇ ଅନ୍ୟ ପକ୍ଷର ଯୁବକ ସଂଘର ପ୍ରତିକ୍ରିୟା ମିଳିପାରିନାହିଁ।
3