ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁ ମହୋତ୍ସବ - ଭେଜିବାରି ପାଚେରା ପ୍ରାଥମିକ ବିଦ୍ୟାଳୟ ।

ଏରସମା, 05/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା ୪।୧୦ : ଏରସମା ବ୍ଳକ ଅନନ୍ତ କିଶୋର ବିଦ୍ୟାପୀଠ ଖୁରାଣ୍ଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଗତ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ୧୩ ଗୋଟି ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।ସଂଗୀତ, ତର୍କ, ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ କିଣିଥିଲା। ସେଥିମଧ୍ୟରୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ସିମରାନ ପରିଡା ସଂଗୀତ ଏବଂ ଶଙ୍କର ରାଉତ ତର୍କରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ଉକ୍ତ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦୁଖଃ ଦେଇଗଲା ଦରଦୀ ବନ୍ଧୁ ନାଟକ ପଦର୍ଶନ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସତ୍ୟଜିତ, ସିମରାନ, ସୋନାସ୍କି, ପପାଲୀ, ପ୍ରତ୍ୟାଶା, ପ୍ରତ୍ୟାଂଶୁ ଏବଂ ଆଙ୍କରିଂରେ ଆୟୁସ୍ମାନ ଅଂଶ ଗ୍ରହଣ କରି କ୍ଲଷ୍ଟରର ଶିଶୁ ମହୋତ୍ସବ ସୁରଭିରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସହବ ସୁରଭି ୨୦୨୬କୁ ମନୋନୀତ ହୋଇଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ସ୍ୱାଇଁ ପରିଚାଳନା କରୁଥିବା ବେଳେ ସହକାରୀ ଶିକ୍ଷକ ବିଶ୍ୱ ରଞ୍ଜନ ଲେଙ୍କା ନିର୍ଦ୍ଧେଶନା ଦେବା ସହିତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ସାରଦା କୁମାର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ୟାଳୟ ସ୍ତରୀୟ ଶିଶୁମହୋତ୍ସବ ଏବଂ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ମାନେ ସହଯୋଗର ହାତ ବଢ଼ାଇ ଥିଲେ। ଏଥି ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାର ମ୍ୟାନ ଶୈଳେନ୍ଦ୍ର ମଲ୍ଲିକ ଏବଂ ଗ୍ରାମର ସମାଜସେବୀ କାଦମ୍ବିନୀ ପରିଡା ଉପସ୍ଥିତ ରହି କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।
Article Image
.....
8