ଢେଙ୍କାନାଳ, 06/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ଶୁଭମ୍ ପାଣି, ଢେଙ୍କାନାଳ ) :
ନିଶା ମଙ୍ଗଳବାରର ଦ୍ୱିତୀୟ ପାଳି ଅବସରରେ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍ସ୍ଥିତ ମା’ ତାରେଣୀଙ୍କ ପୀଠରେ ମଙ୍ଗଳବାର ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।
ଆଶ୍ୱିନ ମାସର ନିଶା ମଙ୍ଗଳବାର ଅବସରରେ ପ୍ରାତଃ ସମୟରୁ ମା’ଙ୍କର ମଙ୍ଗଳ ଆଳତି, ମହାସ୍ନାନ ଓ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ବିଭିନ୍ନ ପ୍ରକାର ଫୁଲହାରରେ ମା’ଙ୍କୁ ସୁସଜ୍ଜିତ କରାଯାଇ ବିଭିନ୍ନ ଭୋଗ ଅର୍ପଣ କରାଯାଇଥିଲା।
ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦିନତମାମ ଭକ୍ତଙ୍କ ସମାଗମ ଲାଗି ରହିଥିଲା। ମଧ୍ୟାହ୍ନରେ ମା’ଙ୍କ ନିକଟରେ ପଣା ଭୋଗ ଅର୍ପଣ କରାଯିବା ସହ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବ। ଏହାପରେ ରାତ୍ରିରେ ମା’ଙ୍କ ପହଡ଼ ପଡ଼ିବ।
ନିଶା ମଙ୍ଗଳବାର ଅବସରରେ ପୀଠରେ ଭକ୍ତିମୟ ପରିବେଶ ମଧ୍ୟରେ ଦିନତମାମ ବିଶେଷ ପୂଜାର୍ଚ୍ଚନା ଜାରି ରହିଛି।