ପାରାଦୀପ ଗଡ, 23/03/2025, ଉତ୍କଳ voice news - utkalvoicenews.com

ରାଜ୍ୟ ଓ ଜଗତସିଂହପୁର ଜିଲ୍ଳାର ର ଏକ ବୃହତ୍ ଗ୍ରାମ ପଞ୍ଚାୟତ ହେଉଛି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ l ବଙ୍ଗୋପ ସାଗର ଉପକୂଳ ଓ ପାରାଦୀପ ବନ୍ଦର ଉପକଣ୍ଠ ରେ ଅବସ୍ଥିତ ଥିବା ଏହି ପଞ୍ଚାୟତ ଦେଇ ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ, କଟକ - ପାରାଦୀପ ରାଜ୍ୟ ରାଜପଥ, କଟକ - ପାରାଦୀପ ଟ୍ରେନ୍ ଲାଇନ, ହରିଦାସପୁର - ପାରାଦୀପ ଟ୍ରେନ୍ ଲାଇନ ଅତିକ୍ରମ କରିଛି l ଦୃତ ଜନସଂଖ୍ୟା ବୃଦ୍ଧି ଓ ବହୁଳ ଜାନ ବାହନ ଚଳାଚଳ ସାଙ୍ଗକୁ ରାଜ ରାସ୍ତା ରେ ଶହଶହ ସଂଖ୍ୟାରେ ବୁଲା କୁକୁର, ଗାଈ ଗୋରୁ ଓ ଷଣ୍ଢ ଙ୍କ ଅବାଧ ଚଳ ପ୍ରଚଳ ଯୋଗୁ ପ୍ରତିଦିନ ବହୁ ସଂଖ୍ୟାରେ ଗାଈ ଗୋରୁ ଦୁର୍ଘଟଣା ଘଟି ରାସ୍ତା ଉପରେ ମୃତ ଓ ଆହତ ଅବସ୍ଥାରେ ପଡ଼ି ରହିବାରୁ ଗାଡ଼ି ଚଳାଚଳ ବ୍ୟାହତ ସୃଷ୍ଟି ହେବା ସହିତ ପରିବେଶ ପଦୂର୍ଷଣ ହେଉଛି l ପାରାଦୀପ ଗଡ ର ଜଣେ ସେଚ୍ଛାସେବୀ ଶ୍ରୀ ପରୀକ୍ଷିତ ତରାଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ମୃତ ଯିବ ଜନ୍ତୁ ଙ୍କୁ ଉଠାଇ ନେଇ ରାସ୍ତା କଡ଼ରେ ପୋଟିବା ସହିତ ଆହତ ମାନଙ୍କୁ ଚିକିତ୍ସ କରି ଆସୁଛନ୍ତି ମାତ୍ର ଏହି ମୃତ ଓ ଆହତ ଜୀବ ଜନ୍ତୁ ଙ୍କୁ ସ୍ଥାନା ତରଣ କରିବାପାଇଁ କୌଣସି ସୁବିଧା ନ ଥିବାରୁ ସେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ଓ ଏହାର ସମାଧାନ ପାଇଁ ସେ ସରପଞ୍ଚ ଙ୍କୁ ଅନୁରୋଧ କରିବାରୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ତୁରନ୍ତ ତାଙ୍କୁ "ଏକ ଟ୍ରଲି" ପ୍ରଦାନ କରିଛନ୍ତି l ଫଳରେ ସମାଜସେବୀ ପରୀକ୍ଷିତ ତରାଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ସରପଞ୍ଚ ଙ୍କ ଏପରି ମହନୀୟତା କାର୍ଯ୍ୟ ପାଇଁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି l