ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୮୧ ଅଭିଯୋଗ ପଞ୍ଜୀକୃତ, ୩୩ଟିର ତତ୍କାଳ ସମାଧାନ

କୁଜଙ୍ଗ , 06/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ରଶ୍ମିରଞ୍ଜନ ଦାସ, ପାରାଦୀପ/କୁଜଙ୍ଗ ) :
Article Image
ତା - ୫/୧୦ : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
Article Image
ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗ ଶୁଣିଥିଲେ। ଶିବିରରେ ମୋଟ ୧୮୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୧୭୨ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଏବଂ ୯ଟି ଗୋଷ୍ଠୀଗତ ଓ ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା।
Article Image
ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ରାସନ କାର୍ଡ ସମ୍ପର୍କିତ ୯ଟି, ଆବାସ ଯୋଜନା ସମ୍ପର୍କିତ ୨୨ଟି, ଜମିଜମା ସମସ୍ୟା ସମ୍ପର୍କିତ ୨୦ଟି, ଭତ୍ତା ପାଇବା ସମ୍ପର୍କିତ ୨ଟି, ପୁଲିସ ସହାୟତା ପାଇଁ ୯ଟି ଏବଂ ଅନ୍ୟାନ୍ୟ ୭୭ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୩୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ (ଜଗତସିଂହପୁର) ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ (ପାରାଦୀପ) ଶ୍ରୀ ନିରଞ୍ଜନ ବେହେରା, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେଙ୍କ ସମେତ କୁଜଙ୍ଗ ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ, କ୍ଷେତ୍ରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ପାଇଁ ଅବଗତ କରିଥିଲେ।
4