ଏରସମା, 23/03/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁରୁ ପଞ୍ଚାୟତରେ ବିଜୁଜନତା ଦଳର ଏକ ପ୍ରସ୍ତୁତି ବୈଠକ ବଳେଇପୁରୁ ପଞ୍ଚାୟତ ଯୁବ ବିଜୁଜନତା ଦଳର ସଭାପତି ପ୍ରଶାନ୍ତ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବାଲିକୁଦା ଏରସମାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଯୋଗଦେଇ ବଳେଇପୁରୁ ପଞ୍ଚାୟତର ୧୫ ଗୋଟି ଓ୍ବଡର ବିଜୁଜନତା ଦଳର କର୍ମୀ ମାନଙ୍କୁ ଏକତ୍ରିତ କରିବା ସହିତ ପଞ୍ଚାୟତରେ କିପରି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯିବ , ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟା ଯେମିତି ବ୍ଲକ ପ୍ରଶାସନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ସମସ୍ୟାଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ବିଜୁଜନତା ଦଳର କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ବିଜୁଜନତା ଦଳର କର୍ମୀ ରତିକାନ୍ତ ଦାସ, ନିରଞ୍ଜନ ନାୟକ, ହେମନ୍ତ କୁମାର ମହାପାତ୍ର, ଗୋପୀନାଥ ସାହୁ, ଭାଗବତ ସେଠୀ , ଗଙ୍ଗାଧର ସ୍ୱ।ଇଁ, ଶ୍ରୀକାନ୍ତ ସ୍ଵାଇଁଙ୍କ ସମେତ ବଳେଇପୁରୁ ପଞ୍ଚାୟତର ବିଜୁଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ। ପଞ୍ଚାୟତରେ ହୋଇଥିବା ଗଣ୍ଡଗୋଳରେ ଫିରୋଜ ନଥିବାବେଳେ ବିରୋଧୀ ଦଳର ଶୁଭକାନ୍ତ ରାଉତ ଫିରୋଜଙ୍କ ନାମରେ ମିଥ୍ୟା ତଥ୍ୟ ଦେଇଥିଲେ ଥାନାରେ ଯେ ଫିରୋଜ ମୋତେ ଠେଙ୍ଗାରେ ବାଡ଼େଇ ମୋ ମୁଣ୍ଡକୁ ଫଠେଇ ଦେଇଛି। ଏହି ବୟାନରେ ଫିରୋଜ ସମାଗୋଳ ଉପ କାରାଗାରରେ ଅଛନ୍ତି। ବିଧାୟକ ଶ୍ରୀଯୁକ୍ତ ଜେନା ଫିରୋଜଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ବିଧାୟକଙ୍କ ଏହି ମହାନ କାର୍ଯ୍ୟକ୍ରମ ପାଇଁ ବଳେଇପୁରୁ ପଞ୍ଚାୟତ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି।