ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାରୁଆଡି ମହିଳା ସମିତି ଓ ସମାଜ ପକ୍ଷରୁ ଭାଗବତ ସପ୍ତାହର ପୂର୍ଣ୍ଣାହୁତି

ଢେଙ୍କାନାଳ, 06/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା - ୬/୧୦ : ଢେଙ୍କାନାଳ କାରିଗର ସାହି ସ୍ଥିତ ଅଭିନନ୍ଦନ ଗାର୍ଡେନ୍ ଠାରେ ଢେଙ୍କାନାଳ ସ‌ହରର ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ପାରାୟଣ ସପ୍ତାହ ଗତ ୩୦ ତାରିଖ ବୁଧବାର ଠାରୁ ଆରମ୍ଭହୋଇ ଆଜି ତା'ର ପୂର୍ଣାହୁତି ହୋଇଯାଇଅଛି । ପିତୃପକ୍ଷରେ ଅନୁଷ୍ଠିତ ହୋଇଥିବା ଉକ୍ତ ଭାଗବତ ସପ୍ତାହରେ ବୃନ୍ଦାବନରୁ ଆସି ବକ୍ତା ସରସ ଦାସ ମହାରାଜ ବାଗବତ ବିଷୟରେ ପ୍ରବଚନ ଦେଉଥିଲେ । ଦୀର୍ଘ ୨୧ ବର୍ଷ ଧରି ଏହି ଭାଗବତ ପାରାୟଣ ଅନୁଷ୍ଠିତ ହୋଇଆସୁଅଛି । ସହରର ବହୁ ମହିଳା ଓ ପୁରୁଷମାନେ ପ୍ରବଚନ ଶୁଣିବା ପାଇଁ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ସଭାନେତ୍ରୀ ମୋନିକା ଶର୍ମା, ସଂପାଦିକା ଶ୍ରଦ୍ଧା ଅଗ୍ରୱାଲା, କୋଷାଧ୍ଯକ୍ଷା ଆଶା ଅଗ୍ରୱାଲାଙ୍କ ସମେତ ମାରୁଆଡି ମହିଳା ସମିତିର ମୁଖ୍ୟ ସାଗର ଅଗ୍ରୱାଲା ଓ ସରିତା ଅଗ୍ରୱାଲା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାରୁଆଡି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।
3