ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଗ୍ରାମ୍ୟ କମିଟି ତରଫରୁ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

ଏରସମା, 23/03/2025, ଉତ୍କଳ voice news - utkalvoicenews.com
Article Image
ଏରସମା ଗ୍ରାମ୍ୟ କମିଟି ତରଫରୁ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ତୃତୀୟ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଦେବୀ ଦୋଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏରସମା ଗ୍ରାମ୍ୟ କମିଟିର ମୁରବୀ ମାନଙ୍କ ସହଯୋଗରେ ପାଞ୍ଚଦିନ ବ୍ୟାପି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପରିବେଷଣ ହୋଇଯାଇଛି। ତା ୨୧/୩/୨୫ ଶୁକ୍ରବାର ଦିନ ଲୋକନାଥ ମହାନ୍ତିଙ୍କ ନିର୍ଦ୍ଦେଶନା ନାଟକ ଖରାପ ଝିଅର ଗପ ନାଟକ ପ୍ରଥମ ଦିବସରେ ଏରସମା ଜଗନ୍ନାଥ ସାଂସ୍କୃତିକ ମଞ୍ଚ ପରିବେଷଣ କରିଥିଲା। ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା। ଦ୍ଵିତୀୟ ଦିବସରେ ବାପୁନି ସାମଲଙ୍କ ନିର୍ଦ୍ଦେଶନାରେ ନାଟକ କିଏ ପୋଛିଦେବ ଆଖିର ଲୁହ ପୋଲାଙ୍ଗ ଡ୍ରାମାଟିକ କ୍ଲବ ପରିବେଷଣ କରିବ। ତୃତୀୟ ଦିବସରେ ରଞ୍ଜନ ବର୍ଦ୍ଧନଙ୍କ ନିର୍ଦ୍ଦେଶିକ ନାଟକ ହା କୃଷ୍ଣ ବୋଲି ଯାଉ ଯୀବ ଗୋବିନ୍ଦପୁର ଡ୍ରାମାଟିକ କ୍ଲବ ପରିବେଷଣ କରିବ। ଚତୁର୍ଥ ଦିବସରେ ଅମୁଲ୍ୟ ବିଶ୍ଵାଳଙ୍କ ନିର୍ଦ୍ଦେଶନା ନାଟକ କାହାଣୀ କାନ୍ଦୁଛି ଆଖି ଲୁଚେଇ ନାଟକ ଏରସମା ଜଗନ୍ନାଥ ସାଂସ୍କୃତିକ ମଞ୍ଚ ପରିବେଷଣ କରିବ। ଅନ୍ତିମ ତଥା ପଞ୍ଚମ ଦିବସରରେ ଝିମାଣୀ ଡ଼୍ୟାମାଟିକ୍ କ୍ଲବ ମଞ୍ଚସ୍ଥ କରିବ ନାଟକ ତୁ ରାଜା ଝିଅ ମୁଁ ରିକ୍ସାବାଲା। ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏରସମାର ସଭାପତି ତଥା ଏରସମା ଗ୍ରାମ୍ୟ କମିଟିର ସଭାପତି ଅମୁଲ୍ୟ ବିଶ୍ଵାଳ, ଜଗନ୍ନାଥ ସାଂସ୍କୃତିକ ମଞ୍ଚ ସଂପାଦକ ବଳରାମ ସେଠୀ ସହ ସଂପାଦକ ଜୟନ୍ତ ସେଠୀ, ଏରସମା ଗ୍ରାମ୍ୟ କମିଟିର ସଂପାଦକ ପ୍ରଭାକର ପଣ୍ଡା, ଲୋକନାଥ ମହାନ୍ତି, ସଚ୍ଚିଦାନନ୍ଦ ଦାସଙ୍କ ସମେତ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏରସମା ଓ ଏରସମା ଗ୍ରାମ୍ୟ କମିଟିର ମୁରବୀମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
1