ଏରସମା, 07/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ପରିବାର ପକ୍ଷରୁ ପ୍ରଶାସନିକ ଅଧିକାରୀ ତଥା ଲେଖକ ଶ୍ରୀ ଦାଶରଥୀ ଜେନାଙ୍କ ରଚିତ ‘ମୋ ଗାଁ କଥା କହେ’ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ନିଜ ଜନ୍ମମାଟିର ଶୈଶବ ସ୍ମୃତି, ଗାଁର ମାଟି, ପାଣି, ପବନ, ଗ୍ରାମୀଣ ଜୀବନଶୈଳୀ, ପରମ୍ପରା ଓ ଲୋକସଂସ୍କୃତିକୁ ଆଧାର କରି ଲେଖକ ଏହି ପୁସ୍ତକଟି ରଚନା କରିଛନ୍ତି। ଚାକିରି ଜୀବନରେ ବ୍ୟସ୍ତ ରହିବା ସତ୍ତ୍ୱେ ନିଜ ଗାଁର ସ୍ମୃତି ଓ ଅନୁଭୂତିକୁ ଶବ୍ଦରେ ରୂପ ଦେବାର ଏକ ପ୍ରୟାସ ହେଉଛି ‘ମୋ ଗାଁ କଥା କହେ’।
ଉତ୍ସବରେ ପୁସ୍ତକର ଲେଖକ ତଥା ବର୍ତ୍ତମାନ ଏରସମା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦାଶରଥୀ ଜେନା ଯୋଗଦେଇ ଗାଁ ସହ ମଣିଷର ଭାବନାତ୍ମକ ସମ୍ପର୍କ, ଶୈଶବ ସ୍ମୃତି ଓ ଗ୍ରାମୀଣ ଜୀବନର ମହତ୍ତ୍ୱ ସମ୍ପର୍କରେ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନ, ଏରସମା ବ୍ଲକର ହିସାବରକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ବାରିକ ପରିଚାଳନା କରିଥିଲେ।
ଏଥିରେ ବିପିଏମ୍, ବିଏଲ୍ସିଙ୍କ ସମେତ ବ୍ଲକ ଅଧୀନସ୍ଥ ସମସ୍ତ କର୍ମଚାରୀ ଯୋଗଦେଇ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।