କୁଜଙ୍ଗ ବ୍ଲକ / ପୋତାନଇ ଗ୍ରାମ, 08/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ୍ - ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :
_1791413120.jpg)
ତା - ୭/୧୦: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ପୋତାନଇ ଗ୍ରାମର ଶିକ୍ଷାବିତ୍ କେଶବ ଚନ୍ଦ୍ର ଦଳାଇଙ୍କ ମାତୃଦେବୀ ଧର୍ମପ୍ରାଣା ମହିଳା ସ୍ୱର୍ଗତ କମଳା ଦେବୀଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଶିକ୍ଷକ ନେତା ସୁବାସ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତା କମଳା ଦେବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ କହିଥିଲେ ଯେ, “ମା’ ସର୍ବଦା କଲ୍ୟାଣମୟୀ। ସତ୍ୟନିଷ୍ଠ ଓ ସଂସ୍କାରବାନ୍ ଜନନୀଙ୍କ ସନ୍ତାନ ସର୍ବଦା ଯୋଗ୍ୟ ଓ ସୁନାମଧନ୍ୟ ହୋଇଥାଆନ୍ତି।”
ସଭାରେ ରାଜ୍ୟ ଶିକ୍ଷକସଙ୍ଘ ସଭାପତି ବ୍ରହ୍ମାନନ୍ଦ ମହାରଣା, ରାଜ୍ୟ ସମ୍ପାଦକ ଅଗାଧୁ ସେଠି ,ପଦ୍ମଶ୍ରୀ ବାବା ବଳିଆଙ୍କ ଶିଷ୍ୟ ତଥା ଜ୍ୟୋତିର୍ବିଦ୍ ଡ଼. ଅରୁଣ କୁମାର ପାଣି, ବିଶିଷ୍ଟ କବି ପିତାମ୍ବର ଦଳାଇ, ଡ଼. ଦେବଦତ୍ତ ସାମନ୍ତରାୟ, ଓଷ୍ଟାର କୁଜଙ୍ଗ ବ୍ଲକ ସମ୍ପାଦକ ବିନୋଦ କୁମାର ମୁଦୁଲି, ଅବସରପ୍ରାପ୍ତ ଏବିଓ ଗୋପବନ୍ଧୁ ନାୟକ, ପୋତାନଇ ସରପଞ୍ଚ ବ୍ରଜ କିଶୋର ମହାରାଜ,ସମିତି ସଭ୍ୟ ସତ୍ୟବାନ ମୁଦୁଲି, ଜୀବନାନନ୍ଦ ଅଧିକାରୀ ପ୍ରଭାତୀ ମାଝୀ,,ମନୀନ୍ଦ୍ର ଗୁରୁ, ପ୍ରଭାତ କୁମାର ସାହୁ , ଅଶୋକ କୁମାର ସ୍ୱାଇଁ, ଅନାଦି ଚରଣ ଖଟୁଆ , କୈଳାସ ଚନ୍ଦ୍ର ଲେଙ୍କା, ସୁଧୀରଞ୍ଜନ ମହାପାତ୍ର, ପ୍ରମୁଖ ଯୋଗଦେଇ ସ୍ୱର୍ଗତା କମଳା ଦେବୀଙ୍କ ଜୀବନାଦର୍ଶ, ଧାର୍ମିକ ଚେତନା, ସରଳତା ଓ ମାନବିକ ଗୁଣାବଳୀର ସ୍ମୃତିଚାରଣ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଜଣେ ମା’ଙ୍କର ସ୍ନେହ, ସଂସ୍କାର ଓ ଆଦର୍ଶ ସନ୍ତାନଙ୍କ ଜୀବନକୁ ଗଢ଼ି ତୋଳିବାରେ ଅମୂଲ୍ୟ ଭୂମିକା ଗ୍ରହଣ କରେ। ସ୍ୱର୍ଗତା କମଳା ଦେବୀଙ୍କ ଧର୍ମପରାୟଣତା, ସରଳ ଜୀବନ ଓ ସ୍ନେହମୟ ବ୍ୟକ୍ତିତ୍ୱ ଚିରଦିନ ତାଙ୍କ ପରିବାର ଓ ପରିଚିତମାନଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ।
ସମସ୍ତ ଅତିଥି ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଶେଷରେ ପୌତ୍ର ଵି. ଶୁଭମ ଦଳାଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ !