ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ

କଳାହାଣ୍ଡି, 08/10/2026, ଉତ୍କଳ voice news - utkalvoicenews.com(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ) :
Article Image
ତା ୭.୧୦.୨୦୨୬ : ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଆଜି ମା ମାଣିକେଶ୍ୱରୀ ମନ୍ଦିର ନିକଟରୁ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସେବା ଜ୍ୟୋତି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ପରିପେକ୍ଷୀରେ ଆଜି ସକାଳ ୮.୩୦ ମି ସମୟରେ ସେବା ଜ୍ୟୋତି କଳସ ଯାତ୍ରା ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତନ୍ମୟ କୁମାର ଦରୱାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଉପ ନିର୍ଦ୍ଦେଶକ ଯୋଜନା ଓ ସ୍ଵମନ୍ନୟ ଶ୍ରୀକାନ୍ତ ଦଳେଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ,ବି ଡି ଓ ଭବାନୀପାଟଣା ଚନ୍ଦନ ଭୋଇ,ଜିଲ୍ଲା କ୍ରୀଡା ଅଧିକାରୀ ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଂଶୁମାନ ବାବୁ ଙ୍କ ସହ ଶତାଧିକ ମହିଳା ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଭାରତ ର ଆତ୍ମବିଶ୍ୱାସ, ସାମର୍ଥ୍ୟ ଓ ନୂଆ ଭାରତର ସଂକଳ୍ପ କୁ ନେଇ ଦେଶାତ୍ମବୋଧକ ନାରା ଦେଇ କଳସ ଯାତ୍ରା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲା। ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଭାରତର ମାନଚିତ୍ର ସ୍ୱରୂପ ଭାରତ ମଣ୍ଡପ ନିର୍ମାଣ କରାଯାଇ ଭାରତର ପ୍ରଗତିଶୀଳ ଚିନ୍ତାଧାରା ଓ ନିଜ ଦେଶ ପାଇଁ ନିଜ ଦାୟିତ୍ୱକୁ ସଚ୍ଚୋଟତା ର ସହ ପାଳନ କରିବାକୁ ଆହ୍ୱାନ ଦିଆଗଲା।
Article Image
9